ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଉପରେ ଆକ୍ରମଣ

1 min read

ଭୁବନେଶ୍ୱର: ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଉପରେ ଆକ୍ରମଣ । ଏକାମ୍ର ହାଟ ଟୁରିଷ୍ଟ ହବ୍ ନିକଟରେ ହରେକୃଷ୍ଣଙ୍କୁ ୧୦ରୁ ଅଧିକ ଯୁବକ ହକି ଷ୍ଟିକରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ହରେକୃଷ୍ଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାରବେଳନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

ତେବେ, ଆକ୍ରମଣ ପଛରେ ହରେକୃଷ୍ଣ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦାୟୀ କରିଛନ୍ତି । ସାଂସଦଙ୍କ ପ୍ରତିନିଧି ଦେବାଶିଷ (ଜିମ୍ ବାପି) ଆକ୍ରମଣ କରିଥିବା ହରେକୃଷ୍ଣ ଅଭିଯୋଗ କରିଛନ୍ତି ।

ପ୍ରଶ୍ନ ଉଠୁଛି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କୁ ଆକ୍ରମଣ ପଛରେ ଅପରାଜିତାଙ୍କ କଣ ଉଦ୍ଦେଶ୍ୟ । ସାଂସଦ ହେବା ପରେ ଜିଲ୍ଲା କ୍ଷମତା ହାତେଇବାକୁ ଚାହୁଁନାହାନ୍ତି ତ ଅପରାଜିତା ? ତେବେ, ଅଭିଯୋଗ ନେଇ ଏଯାଏଁ ସାଂସଦ ଅପରାଜିତା କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ବିଜେପିର ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ଆକ୍ରମଣ କରିଥିବା, ସମସ୍ତ ଯୁବକ ମୁଁହରେ ରୁମାଲ୍ ବାନ୍ଧି ଆସିଥିଲେ । ଖାରବେଳ ନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

')}

Leave a Reply