ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ, ପରୀ ହତ୍ୟାକାଣ୍ଡର ରିପୋର୍ଟିଂ ବେଳେ ଆକ୍ରମଣ କଲେ ବିଜେପି କର୍ମୀ

Journalist Attack

ନୟାଗଡ଼: ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ ଦାସଙ୍କୁ ଆକ୍ରମଣ । ନୟାଗଡ଼ ଯଦୁପୁର ପରୀ ହତ୍ୟାକାଣ୍ଡ ଘଟଣାର ରିପୋର୍ଟିଂ କରୁଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ବିଜେପି କର୍ମୀଙ୍କ ସମ୍ପୃକ୍ତି । ବିଜେପି ନେତ୍ରୀ ପଦଯାତ୍ରା କରୁଥିବା ବେଳେ ଏଭଳି କାଣ୍ଡ ଘଟିଛି । ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ, ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ବିଜେପି କର୍ମୀ । କେବଳ ରିପୋର୍ଟର ନୁହଁନ୍ତି ବରଂ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି ।

ଘଟଣାସ୍ଥଳରେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାଏ ଉପସ୍ଥିତ ଥିଲେ । ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ପ୍ରାର୍ଥୀ ବିଭୁ ତରାଇ ଓ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ନନ୍ଦିଘୋଷ ଟିଭିର କ୍ୟାମେରା ଭାଙ୍ଗିଯାଇଛି । ସ୍ଥାନୀୟ ଲୋକ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବିଜେପି କର୍ମୀଙ୍କ ଏଭଳି ଆଚରଣକୁ ଯଦୁପୁରବାସୀ ବିରୋଧ କରିଛନ୍ତି । ବିଜେପି କର୍ମୀଙ୍କ କବଳରୁ ସାମ୍ବାଦିକଙ୍କୁ ପୋଲିସ ଉଦ୍ଧାର କରିଛି ।

Leave a Reply