ମାର୍ଚ୍ଚ ୫ରେ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ ପାଳନ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଏହାକୁ ରାଜ୍ୟବ୍ୟାପୀ ପାଳନ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆଜି ବିଜେଡି କାର୍ଯ୍ୟାଳୟରେ ବିସ୍ତୃତ ଆଲୋଚନା କରାଯାଇଛି । ୧୫ ଦିନ ବ୍ୟାପୀ ବିଜୁବାବୁଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ପାଳନ କରାଯିବ । ପ୍ରଥମ ଦିନ କଟକ ବାଲିଯାତ୍ରା ପଡିଆରେ ଏକ ବଡ଼ ସମାରୋହ ଆୟୋଜନ ହେବ ।

ଛାତ୍ର, ଯୁବକ, ମହିଳା ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ଧୁମଧାଣରେ ପାଳନ କରାଯିବ ଉତ୍ସବ । ପ୍ରତି ନିର୍ବାଚନ ମଣ୍ଡଳୀରେ ଣହିଳାଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଜୁବାବୁଙ୍କ ସହ ବିଭିନ୍ନ ମହାପୁରୁଷଙ୍କ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ମହିଳାଙ୍କୁ ରାଜନୀତିକୁ ଆଣିବାରେ ବିଜୁବାବୁଙ୍କର ବଡ଼ ଅବଦାନ ନେଇ ଅଲୋଚନା କରାଯିବ ।

ରାଜନୀତିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିଲେ ବିଜୁବାବୁ । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ମହିଳାଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ । ସେପଟେ ବିଜୁ ଜୟନ୍ତୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୨୦ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରାଯିବାକୁ ବିଜେଡି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

Leave a Reply