‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ବିଜେଡି ପାଳନ କରିବ ବିଶ୍ୱ ମହିଳା ଦିବସ

BJD To Observe International Women's Day With Messgage Nari Jagarana Biswa Kalyan

ଭୁବନେଶ୍ୱର: ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ମାର୍ଚ୍ଚ ୮ ତାରିଖରେ ବିଜେଡି ପାଳନ କରିବ ବିଶ୍ୱ ମହିଳା ଦିବସ । ବିଜେଡି ମୁଖ୍ୟାଳୟରେ ବିରାଟ କାର୍ଯ୍ୟକ୍ରମ ଆୟୋଜନ ହେବ । ସମସ୍ତ ନିର୍ବାଚନମଣ୍ଡଳୀରେ ବି ଏହା ପାଳନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ।

BJD To Observe International Women's Day With Messgage Nari Jagarana Biswa Kalyan

ବିଶ୍ୱ କଲ୍ୟାଣରେ ମହିଳାଙ୍କ ଭୂମିକା ପ୍ରତିପାଦନ । ଉପସ୍ଥାପନ ହେବ ମହିଳାଙ୍କ ପ୍ରତିଭା । ଫୋକସ୍‌ରେ ମହିଳା ସଶକ୍ତୀକରଣ । ମାର୍ଚ୍ଚ ୮ରେ ବିଜେଡି ଅଫିସରେ ମହାସମାରୋହରେ ପାଳନ ହେବ ବିଶ୍ୱ ମହିଳା ଦିବସ । ସାମିଲ ହେବେ ୨ ହଜାରରୁ ଅଧିକ ମହିଳା । ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ ନେଇ ମହିଳାଙ୍କୁ ସମ୍ବୋଧିତ କରାଯିବ । ମହିଳାଙ୍କୁ ଜାଗ୍ରତ କରିବା ଏହାର ଉଦ୍ଦେଶ୍ୟ । ମହିଳାଙ୍କ ପାଖରେ ଥିବା ପ୍ରତିଭା ଉପସ୍ଥାପନ କରାଯିବ । ଯାହା ବିଶ୍ୱ କଲ୍ୟାଣରେ ଆସିବ । ବିଭିନ୍ନ ସମୟରେ ପ୍ରତିଭାମୟୀ ମହିଳା ଘରର ଚାରିକାନ୍ଥ ଭିତରେ ସୀମିତ ରହିଯାଆନ୍ତି । ସେମାନଙ୍କୁ ଘରଘର ବୁଲି ଜାଗ୍ରତ କରିବାର ଗୁରୁ ଦାୟିତ୍ୱ ବିଜେଡିର ବିଭିନ୍ନ ଛାମୁଆ ସଂଗଠନ ପାଇପାରନ୍ତି ।  ସମାରୋହରେ ମହିଳା ସଶକ୍ତୀକରଣ ପାଇଁ ବିଜୁବାବୁଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ।

 BJD To Observe International Women's Day With Messgage Nari Jagarana Biswa Kalyan

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏସ୍‌ଏଚ୍‌ଜି ଗଠନ ନବୀନ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ । ଏଥିପାଇଁ ମିଶନ ଶକ୍ତି ଏବେ ଏକ କେସ୍ ଷ୍ଟଡି ପାଲଟିଛି । ପଞ୍ଚାୟତ ଘରେ ବସି ବିକାଶର ଚିନ୍ତା, ମିଶନ ଶକ୍ତିରେ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ଓ ସମୃଦ୍ଧିର ଉଜ୍ଜ୍ୱଳ ଚିତ୍ର ଦେଖାଇବା ନେଇ ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଥିଲେ । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦପେକ୍ଷ ରହିବ ମହିଳା ଦିବସ ସମାରୋହର ମୁଖ୍ୟ ଏଜେଣ୍ଡା । ବିଜୁ ଜୟନ୍ତୀ ପରି ମହିଳା ଦିବସ ସମାରୋହକୁ କୋଭିଡ୍‌ କଟକଣା ଭିତରେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply