ବିଜେଡି ଛାତ୍ର ସଙ୍ଗଠନରେ ଆସିଲା ବଡ଼ ଧରଣର ପରିବର୍ତ୍ତନ, ନୂଆ ଟିମ୍ ସହ କାମ କରିବେ ୩ କାର୍ଯ୍ୟକାରୀ ସଭାପତି…

ଭୁବନେଶ୍ୱର: ରାଜ୍ୟ ବିଜେଡି ନିଜ ଛାତ୍ର ସଙ୍ଗଠନରେ ବଡ଼ ଧରଣର ପରିବର୍ତ୍ତନ ଆଣିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଛାତ୍ର ଜନତାଦଳର ନୂଆ କର୍ମକର୍ତ୍ତା ଚୟନ ହୋଇଛନ୍ତି । ରାଜ୍ୟ କର୍ମକର୍ତ୍ତାଙ୍କ ସମତେ ଜିଲ୍ଲାଓ୍ୱାରୀ ସଭାପତିମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଥିବାବେଳେ ଜଣେ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି  ।

ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ରାଜ ସ୍ବାଇଁ ହୋଇଛନ୍ତି କାର୍ଯ୍ୟକାରୀ ସଭାପତି  । ବରିଷ୍ଠ ଉପସଭାପତି ଭାବେ ୩ ଜଣଙ୍କୁ ଦାୟିତ୍ବ ଦିଯଆଇଛି  । ଅଜିତ ବେହେରା, ବିଶ୍ବପ୍ରତାପ ସାହୁ, ସ୍ବାଗତିକା ମହାନ୍ତିଙ୍କୁ ଉପସଭାପତି ନିଯୁକ୍ତ କରାଯାଇଥିବାବେଳେ ବିଜୁ ଛାତ୍ର ଜନତା ଦଳର ମହାସଚିବ ହୋଇଛନ୍ତି ଇପ୍ସିତା ସାହୁ  ।

୬ ଜଣଙ୍କୁ ଜୋନ୍ ସଭାପତି ଦାୟିତ୍ବ ମିଳିଛି  । ଭୁବନେଶ୍ବର ପାଇଁ ଭଗବାନ ସାହୁ, କଟକ ପାଇଁ ସ୍ମତି ରଞ୍ଜନ ଦାଶ, ଗଂଜାମ ପାଇଁ ଜ୍ୟୋତି ରଞ୍ଜନ ସାହୁଙ୍କୁ ଦାୟିତ୍ବ ଦିଆଯାଇଥିବାବେଳେ ସମ୍ୱଲପୁର ପାଇଁ ମିଲନ ହୋତା, ବଲାଙ୍ଗିର ପାଇଁ ଚିରାଗ ସିଂ ଦେଓ, କୋରାପୁଟ ପାଇଁ ଶିବରାଜ ଖଣ୍ଡପାଣିଙ୍କୁ ଦାୟିତ୍ବ ଦିଆଯାଇଛି  । ୧୧ ଜଣ ଉପସଭାପତି, ୪୦ ସାଧାରଣ ସମ୍ପାଦକଙ୍କୁ ଦଳ ଦାୟିତ୍ବ ଦେଇଛି  । ସେହିଭଳି ୪୪ ଜଣ ସମ୍ପାଦକ ଓ ୩୩ ଜଣ ଯୁଗ୍ମ ସମ୍ପାଦକଙ୍କୁ ମଧ୍ୟ ନିଯୁକ୍ତି ମିଳିଛି  । ୩୨ ସାଂଗଠନିକି ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ଦିଆଯାଇଛି ଦାୟିତ୍ବ  ।

Leave a Reply