ବିଜେପୁରରେ ପୁଣି ଜିତିଲା ବିଜେଡି, ରୀତାଙ୍କ ମୁଣ୍ଡରେ ସୁନାମୁକୁଟ

1 min read

ବିଜେପୁର ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ । କ୍ରମାଗତଭାବେ ତୃତୀୟଥର ପାଇଁ ବିଜେପୁର ଦଖଲ କରିଛି ବିଜେଡି । ବିଜେଡି ପ୍ରାର୍ଥୀ ରୀତା ସାହୁ ୧୭ ରାଉଣ୍ଡ ସୁଦ୍ଧା ୮୩ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ଗଣତି ପାଇଁ ଆଉ ମାତ୍ର ୪ ରାଉଣ୍ଡ ବାକି ଥିବା ବେଳେ ତା ପୂର୍ବରୁ ବିଜେଡି, ନିକଟତମ ପ୍ରତିଦ୍ୱନ୍ଦି ବିଜେପିଠାରୁ ବହୁ ଆଗରେ ରହିଛି । ବିଜେପି ପ୍ରାର୍ଥୀ ସନତ ଗଡତିଆ ମାତ୍ର ୩୧,୬୭୨ ଖଣ୍ଡ ଭୋଟ୍ ପାଇଛନ୍ତି । ଗତଥରଠାରୁ ବର୍ତ୍ତମାନସୁଦ୍ଧା କମ୍ ଭୋଟ ପାଇଛି ବିଜେପି । ବିଜେଡିର ପ୍ରାର୍ଥୀ ରୀତା ସାହୁ ୧ ଲକ୍ଷ ୧୪ ହଜାରରୁ ଅଧିକ ଭୋଟ ପାଇଛନ୍ତି ୧୭ ରାଉଣ୍ଡ ସୁଦ୍ଧା । କଂଗ୍ରେସ ବର୍ତ୍ତମାନସୁଦ୍ଧା ମାତ୍ର ୪ ହଜାର ୮ ଶହ ଭୋଟ୍ ହାତେଇବାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର ଓ ବିଜେଡିର ନେତାଙ୍କ ପ୍ରଚାରର ଫଳ ଦଳକୁ ମିଳିଛି । ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରୁ ବିଜୟଲାଭ କରିଥିଲେ । ତା ପୂର୍ବରୁ ୨୦୧୮ରେ ବିଜେପୁର ଉପନିର୍ବାଚନରେ ବିଜେଡିର ରୀତା ସାହୁ ୪୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ଗଣତି ଶେଷ ହେବା ପରେ ରୀତାଙ୍କ ବିଜୟ ନେଇ କେବଳ ଆନୁଷ୍ଠାନିକ ଘୋଷଣାକୁ ବାକି ରହିଛି । ')}

Leave a Reply