ସୁବାସଙ୍କୁ ବିଜେଡିର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ତଥା ପ୍ରବୀଣ ଜନନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗରେ ବିଜେଡି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସୁବାସଙ୍କ ବିୟୋଗରେ ସଞ୍ଜୟ ଶୋକ ପ୍ରକାଶ କରିବା ସହ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ତାଙ୍କ ବିୟୋଗର ଏହି ଦୁଃଖକୁ ସହିବା ପାଇଁ ତାଙ୍କ ପରିବାରବର୍ଗ ଏବଂ ହଜାର ହଜାର ଶୁଭେଛୁଙ୍କୁ ପ୍ରଭୁ ଜଗନ୍ନାଥ ଶକ୍ତି ଏବଂ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ତାଙ୍କ ଅମର ଆତ୍ମା ପ୍ରତି ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି । ଓଡିଶା ବିକାଶରେ ତାଙ୍କ ଭୂମିକାକୁ ଆମେ ସବୁବେଳେ ସ୍ମରଣ କରିବୁ ବୋଲି ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି ।

୫୪ ବର୍ଷ ବୟସରେ ହୃଦ୍‌ଘାତରେ ଆଜି ସୁବାସଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେଠାରେ ତାଙ୍କର ଦେହାନ୍ତ ହୋଇଛି । ସେ ଉଭୟ ଲିଭର କ୍ୟାନ୍ସର ଓ ହୃଦଘାତରେ ପୀଡିତ ଥିଲେ ।

Leave a Reply