ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଅନୁପ ସାଏ ପୋଲିସ ଦ୍ଵାରା ଅଟକ । ଛତିଶଗଡ଼ ପୋଲିସ ତାଙ୍କୁ ରାୟଗଡ଼ରେ ଅଟକ ରଖି ପଚରାଉଚରା କରୁଛି । ଏକ ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଅନୁପ ସାଏଙ୍କୁ ଅଟକ ରଖିଛି ଛତିଶଗଡ଼ ପୋଲିସ । ଅନୁପ ତିନି ତିନିଥର ବ୍ରଜରାଜନଗର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ବିଜେଡିରେ ଯୋଗଦେଇଥିଲେ । ତାଙ୍କୁ ଛତିଶଗଡ଼ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ଦ୍ଵାରା ଅଟକ ପରେ ଅନୁପ ସାଏଙ୍କୁ ରାଜ୍ୟ ସରକାର ପଣ୍ୟାଗାର ନିଗମର ଅଧ୍ୟକ୍ଷ ପଦରୁ ବହିଷ୍କାର କରିଛନ୍ତି । ଏଥିସହିତ ତାଙ୍କୁ ବିଜେଡି ସଭ୍ୟ ପଦରୁ ମଧ୍ୟ ବହିଷ୍କାର କରାଯାଇଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply