ଘୋଷଣା ହେଲା ବିଜେଡିର ୩୬ ଜଣିଆ ସାଧାରଣ ସମ୍ପାଦକ ତାଲିକା, ଗଣମାଧ୍ୟମ ବ୍ୟାପାର ଦାୟିତ୍ୱରେ ମାନସ ମଙ୍ଗରାଜ

1 min read
BJD declares General Secretary List.

ଭୁବନେଶ୍ୱର: ବିଜୁ ଜନତା ଦଳ ୩୬ ଜଣିଆ ସାଧାରଣ ସମ୍ପାଦକଙ୍କ ତାଲିକା ଘୋଷଣା କରିଛି । ଦଳ ମୁଖିଆ ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତ କରିଛନ୍ତି । ସମସ୍ତଙ୍କୁ ଭିନ୍ନ ଭିନ୍ନ ବିଭାଗରେ ଦାୟିତ୍ୱ ମିଳିଛି । ଏହାପୂର୍ବରୁ ଦଳର ଉପ-ସଭାପତିମାନଙ୍କ ତାଲିକା ଘୋଷଣା ହୋଇଥିଲା । ତେବେ ତାଲିକାରେ ବିଜେଡି ଉଭୟ ଯୁବ ଓ ବରିଷ୍ଠଙ୍କୁ ସୁଯୋଗ ଦେଇଛି । ସଶକ୍ତ ଓଡିଶା ଦାୟିତ୍ୱରେ ରହିଛନ୍ତି ମନୋହର ରନ୍ଧାରୀ ଓ ସୁଶାନ୍ତ ସିଂ । ତେବେ ଏମାନଙ୍କ ଭିନ୍ନ  ବିଶ୍ୱଜିତ୍ ମହାନ୍ତି ଓ ଅନନ୍ତ ନାରାୟଣ ଜେନା ମଧ୍ୟ ସଶକ୍ତ ଓଡିଶା ଦାୟିତ୍ୱରେ ରହିଛନ୍ତି ।

ଅନୁସୂଚିତ ଜାତି ସଶକ୍ତିକରଣ ବିଭାଗରେ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇବେ ଚନ୍ଦ୍ର ଶାରଥୀ ବେହେରା ଓ ସ୍ନେହାଙ୍ଗୀନି ଛୁରିଆ । ତେବେ ଦଳୀୟ ସୁପ୍ରିମୋ ସାଧାରଣ ସମ୍ପାଦକମାନଙ୍କୁ ଭିନ୍ନ ଭିନ୍ନ ବିଭାଗରେ ବାଣ୍ଟି ଦାୟିତ୍ୱ ଦେଇଛନ୍ତି । ଦଳକୁ ତୃଣମୂଳ ସ୍ତରରୁ ଆହୁରି ଦୃଢ କରିବା ପାଇଁ ସାଧାରଣ ସମ୍ପାଦକମାନଙ୍କୁ ମୋ ପରିବାର, ଛାତ୍ର ବ୍ୟାପାର, ଯୁବ ବ୍ୟାପାର, ପରିବେଶ ସୁରକ୍ଷା, ସଂଖ୍ୟାଲଘୁ ବ୍ୟାପାର, ଆଦିବାସୀ ସଶକ୍ତିକରଣ, କଳା,ସଂସ୍କୃତି ଓ ମାନବ ସମ୍ୱଳ, ଗଣମାଧ୍ୟମ ବ୍ୟାପାର ଭଳି ଭିନ୍ନ ଭିନ୍ନ ଶ୍ରେଣୀରେ ଦାୟିତ୍ୱ ଦିଆଯାଇଛି ।

BJD

ମାନସ ମଙ୍ଗରାଜଙ୍କୁ ଗଣମାଧ୍ୟମ ବ୍ୟାପାର ବିଭାଗର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ବିଶେଷ ଭାବେ ସାଧାରଣ ସମ୍ପାଦକମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେଇ ବିଜେଡି ସୁପ୍ରିମୋ ସବୁ ବିଭାଗରେ ଦଳକୁ ସଶକ୍ତ କରିବା ପାଇଁ ଆଗ୍ରହ ଥିବା ଦର୍ଶାଇଛନ୍ତି । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ଛୁରିଆ, ଜଗନ୍ନାଥ ସାରକା, ଏମଡି ଅୟୁବ ଖାନ୍, ଦେବେଶ ଆଚାର୍ଯ୍ୟ, ଉମାକାନ୍ତ ସାମନ୍ତରାୟ, ବ୍ୟମୋକେଶ ରାୟ, ଅନନ୍ତ ନାରାୟଣ ଜେନା, ରାଜଶ୍ରୀ ମଲ୍ଲିକ୍, ପ୍ରିୟଦର୍ଶୀ ମିଶ୍ର, ଧ୍ରୁବଚରଣ ସାହୁ, ପ୍ରଣବ କୁମାର ବଳବନ୍ତରାୟ, ରାଶେଶ୍ୱରୀ ପାଣିଗ୍ରାହୀ, ରାଜୀବ ଲୋଚନ ପାତ୍ର, ସୁଧୀର କୁମାର ସାମଲ, ସସ୍ମିତ ପାତ୍ର, ବିକ୍ରମ ପଣ୍ଡା, ଯୋଗେଶ ସିଂହ, ବାସନ୍ତୀ ହେମ୍ୱ୍ରମ୍, ବିଜୟ କୁମାର ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ର, ପ୍ରଫୁଲ୍ଲ ସିଂହ, ଦେବାଶିଷ ମାର୍ଣ୍ଡି, ଜନ୍ମେଞ୍ଜୟ ଲେଙ୍କା, ବିଶ୍ୱଜିତ୍ ମହାନ୍ତି, ସତ୍ୟବ୍ରତ ପାତ୍ର, ସାରଦା ପ୍ରସନ୍ନ ଜେନା, ଗୀତାଞ୍ଜଳୀ ସେଠୀ, ପ୍ରମୋଦ କିଶୋର ଜେନା ଓ ଶ୍ୟାମା ପ୍ରସାଦ ବେହେରା । ତେବେ ମିଡିଆ ବ୍ୟାପାର ବିଭାଗ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ତାଲିକା ପ୍ରକାଶ କରିଛନ୍ତି ।

Leave a Reply