ଅଭିଯୁକ୍ତ ସପକ୍ଷରେ ବିଜେପିର ଓକିଲାତି ଲଜ୍ଜାଜନକ: ବିଜେଡି

1 min read
BJD Counter Attack To BJP Spokesperson Lekhashree Over Pari Case

ଭୁବନେଶ୍ୱର: ପରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେଡି । ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ତାହାଠାରୁ ଅଧିକ ଯନ୍ତ୍ରଣାଦାୟକ । ସେ ଭୁଲି ଯାଉଛନ୍ତି ଯେ- ପରୀ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ଏକ ଜଘନ୍ୟ ଅପରାଧ । ଏହି ଘଟଣାର ତଦନ୍ତ ତାଙ୍କ ଇଚ୍ଛା ଅନୁଯାୟୀ ନୁହେଁ, ବରଂ ବିଭିନ୍ନ ତଥ୍ୟ ପ୍ରମାଣକୁ ନେଇ କରାଯାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

BJD Counter Attack To BJP Spokesperson Lekhashree Over Pari Case

ସୁଶ୍ରୀ ସାହୁ କହିଛନ୍ତି- ପ୍ରଥମ ଦିନରୁ ଲକ୍ଷ୍ୟ କରାଯାଉଛି ବିଜେପି ବିଶେଷକରି ଶ୍ରୀମତୀ ସାମନ୍ତସିଂହାର ତଦନ୍ତକୁ ବାଟବଣା ଲାଗି ଉଦ୍ୟମ କରିବା ସହିତ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ବ୍ୟକ୍ତିଗତ ସ୍ତରରେ ଅତ୍ୟନ୍ତ ଅଶାଳୀନ ଓ ଅପମାନଜନକ ଶବ୍ଦ ପ୍ରୟୋଗ କରୁଛନ୍ତି । ଏଭଳି ଆଚରଣ ଓ ଉଚ୍ଚାରଣ ପାଇଁ ତାଙ୍କୁ ଲଜ୍ଜା ଲାଗିବା କଥା । ଅତୀତରେ ରାଜ୍ୟ ରାଜନୀତିରେ କେବେ ହେଲେ ଏଭଳି ଶବ୍ଦ ବ୍ୟବହାର ଦେଖାଯାଇନଥିଲା, ଯାହାକି ଓଡ଼ିଆ ସଂସ୍କୃତି ଓ ନୀତିର ପରିପନ୍ଥୀ ।

BJD Counter Attack To BJP Spokesperson Lekhashree Over Pari Case

ଏହି ଘଟଣାରେ ଆମେ ପ୍ରଥମରୁ କହି ଆସୁଛୁ- ବିଜେପି ହାତରେ ଯଦି ସେଭଳି କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେମାନେ ତାହାକୁ ଏସ୍ଆଇଟି କିମ୍ବା ଅଦାଲତ ନିକଟରେ ଦାଖଲ କରନ୍ତୁ । ପ୍ରଥମେ ସେମାନେ ଏସ୍‌ଆଇଟିକୁ କୌଣସି ତଥ୍ୟ ପ୍ରମାଣ ଦେଲେ ନାହିଁ ବରଂ ଘଟଣାକୁ ରାଜନୀତି ରଙ୍ଗ ଦେଲେ । ଏବେ ଏହାର ଚାର୍ଜସିଟ୍ ହୋଇସାରିଛି । ଯଦି କିଛି ତଥ୍ୟ ପ୍ରମାଣ ଥାଏ ତେବେ ବିଜେପି ତାହା ଅଦାଲତରେ ମଧ୍ୟ ଦାଖଲ କରିପାରିବ । ମାତ୍ର ବିଜେପି ତାହା କରିବା ବଦଳରେ ଡାହା ମିଛ ଓ ମନଗଢା କଥା କହି କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାରେ ଲାଗିଛି । ଆମେ ତାଙ୍କୁ ପଚାରିବାକୁ ଚାହୁଁଛୁ ଯେ ଜଣେ ମହିଳା ହିସାବରେ ସେ କିଭଳି ପରୀ କ୍ଷେତ୍ରରେ ସାଂଘାତିକ ଅନ୍ୟାୟ କରୁଛନ୍ତି ଏବଂ ଏଭଳି ସ୍ପର୍ଶକାତର ଘଟଣାରେ ହୀନ ରାଜନୀତି କରୁଛନ୍ତି । ସେ ଏବଂ ବିଜେପିର ଅନ୍ୟ ନେତାମାନେ ଅତୀତର କୁନ୍ଦୁଲି ଓ ଟିକିରି ଭଳି ଏହି ଘଟଣାକୁ ମଧ୍ୟ ରାଜନୀତି ରଙ୍ଗ ଦେବାପାଇଁ ଉଦ୍ୟମ କରିଥିଲେ ।

BJD Counter Attack To BJP Spokesperson Lekhashree Over Pari Case

ଆମେ ସମସ୍ତେ ଦେଖିଛେ ଯେ ଟିକିରି ଘଟଣାରେ କିଭଳି ସେମାନଙ୍କର ମିଥ୍ୟା ପ୍ରଚାର ଏବଂ ଦୋମୁହାଁ ନୀତି ଧରାପଡ଼ିଥିଲା ଏବଂ ଯେଉଁବ୍ୟକ୍ତିଙ୍କ ବିରୋଧରେ ସେମାନେ ଅଭିଯୋଗ କରୁଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢାଇଥିଲେ । ଅନୁରୂପ ଭାବେ କୁନ୍ଦୁଲି ଘଟଣାରେ ମଧ୍ୟ ମିଛର ପର୍ଦ୍ଦାଫାସ୍ ହୋଇଥିଲା । ବିଭିନ୍ନ ସ୍ପର୍ଶକାତର ଓ ଜଘନ୍ୟ ଅପରାଧ ଘଟଣାରେ ବିଜେପି କିଭଳି ତଳ ସ୍ତରକୁ ଖସି ରାଜନୀତି କରେ ତାହା ଓଡ଼ିଶାବାସୀ ଦେଖି ଆସୁଛନ୍ତି । ଏଭଳି ଘୃଣ୍ୟ ରାଜନୀତି ପାଇଁ ରାଜ୍ୟବାସୀ ମଧ୍ୟ ସେମାନଙ୍କୁ ଉଚିତ୍‍ ଜବାବ ଦେଉଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି ।

Leave a Reply