ବିଜେଡିର ପ୍ରାର୍ଥୀ ଘୋଷଣା: ତିର୍ତ୍ତୋଲରୁ ବିଜୟ ଓ ବାଲେଶ୍ୱର ସଦରରୁ ସ୍ୱରୂପ ଲଢ଼ିବେ ନିର୍ବାଚନ

ଜଗତସିଂହପୁର,ବାଲେଶ୍ୱର: ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ବାଲେଶ୍ୱର ସଦର ପାଇଁ ଦଳର ପ୍ରାର୍ଥୀ ହୋଇଛନ୍ତି ସ୍ୱରୂପ କୁମାର ଦାସ । ସେହିପରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ସ୍ୱର୍ଗୀୟ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ପୂର୍ବରୁ ଉଭୟ ଆସନ ପାଇଁ ଭାରତୀୟ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ସୋମବାର ଉଭୟ ଆସନ ପାଇଁ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିଛି । ତେବ ଏଯାଏଁ କଂଗ୍ରେସ କୌଣସି ବି ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିନାହିଁ ।

ବିଧାନସଭା ଉପ ନିର୍ବାଚନ ନେଇ ସରଗରମ ହୋଇଛି ରାଜନୀତି । ବିଜେପି ପରେ ଏବେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ବାଲେଶ୍ୱର ସଦର ପାଇଁ ନିର୍ବାଚନ ଅନୁଷ୍ଠିତ ହେବା । ଏହି ଆସନ ପାଇଁ ପୂର୍ବତନ ବାଲେଶ୍ୱର ନଗରପାଳ ଅନୁପ ଦାସଙ୍କ ଭାଇ ସ୍ୱରୂପ କୁମାର ଦାସ ଦଳ ପ୍ରାର୍ଥୀ କରିଛି । ସେହିପରି ପୂର୍ବତନ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ଅବର୍ତ୍ତମାନରେ ତିର୍ତ୍ତୋଲରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ତାଙ୍କ ପୁଅ ବିଜୟ କୁମାର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି ।

ଅପରପକ୍ଷରେ ବାଲେଶ୍ୱର ସଦର ଆସନ ପାଇଁ ପୂର୍ବତନ ଦଳୀୟ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରିଛି । ନିକଟରେ କଂଗ୍ରେସ ଛାଡ଼ି  ବିଜେପିରେ ସାମିଲ ହୋଇଥିବା ରାଜ କିଶୋର ବେହେରାଙ୍କୁ ତିର୍ତ୍ତୋଲ ଆସନ ପାଇଁ ଦଳ ପ୍ରାର୍ଥୀ କରିଛି । ତେବେ ଏ ଯାଏଁ କଂଗ୍ରେସ କୌଣସି ବି ଆସନ ପାଇଁ ନିଜ ପ୍ରାର୍ଥୀ ନାମ ଘୋଷଣା କରିନାହିଁ ।

Leave a Reply