ତିର୍ତ୍ତୋଲ ଉପନିର୍ବାଚନ : ୧୩ ରାଉଣ୍ଡ ସୁଦ୍ଧା ବିଜେଡି ୧୯,୫୫୪ ଖଣ୍ଡ ଭୋଟରେ ଆଗୁଆ

1 min read

ତିର୍ତ୍ତୋଲ : ଜଗତସିଂହପୁର ଜିଲା ତିର୍ତ୍ତୋଲରେ ହେଉଥିବା ଉପନିର୍ବାଚନରେ ୧୩ ରାଉଣ୍ଡ ଗଣତି ସରିଛି । ଏହି ରାଉଣ୍ଡ ପରେ ଶେଷ ଖବର ସୁଦ୍ଧା ବିଜେଡି ମୋଟ ୧୯,୫୫୪ ଖଣ୍ଡ ଭୋଟରେ ଆଗୁଆ ରହିଛି । ଆହୁରି ୧୨ ରାଉଣ୍ଡ ଭୋଟ ଗଣତି ବାକି ରହିଛି । ୧୩ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୩୯୫୪, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୧୦୭୬୫, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୨୪୩୯୦ ଖଣ୍ଡ ଭୋଟ ପାଇଛନ୍ତି ।

ଉଲ୍ଲେଖଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

 

 

 

Leave a Reply