ଆକାଶ ଦାସନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବୃଦ୍ଧାଶ୍ରମର ବରିଷ୍ଠ, ପିଲା ବି କାଟିଲେ କେକ୍

Birth Day Celebration Of Akash DasNayak

ଭୁବନେଶ୍ୱର: ଅଭିନେତା ତଥା ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଛୋଟ ପିଲା ଓ ନିରାଶ୍ରୟ ବରିଷ୍ଠ ନାଗରିକ । ଏକ ନିଆରା ଢ଼ଙ୍ଗରେ ପାଳିତ ହୋଇଛି ଆକାଶଙ୍କ ଜନ୍ମଦିନ । ଅଭିନେତାରୁ ରାଜନେତା ପାଲିଟିଥିବା ଆକାଶ ଦାସନାୟକଙ୍କୁ ଦିବ୍ୟଜ୍ୟୋତି ସେବାଶ୍ରମ ଓ ଆଶାକିରଣ ଓଲ୍ଡଏଜ୍ ହୋମ୍‌ର ଅନ୍ତେବାସୀ ଜଣାଇଛନ୍ତି ଜନ୍ମଦିନର ଅଭିନନ୍ଦନ । ୩୯ ବର୍ଷରେ ପାଦ ଥାପିଥିବା ଆକାଶ ମଧ୍ୟ  ଭିଡିଓ କଲ ମାଧ୍ୟମରେ ଶୁଭେଚ୍ଛାକୁ ସାଦରେ ଗ୍ରହଣ କରିଛନ୍ତି ।

ଲକ୍‌ଡାଉନ୍‌ ତଥା କରୋନା ମହାମାରୀ ସମୟରେ ଅନେକ କଟକଣା ଦେଇ ଗତି କରିବାକୁ ପଡ଼ୁଛି । ସମସ୍ତଙ୍କ ମନରେ ମହାମାରୀ କରୋନା ସଂକ୍ରମଣର ଭୟ ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ସମସ୍ତେ ଏକାଠି ହୋଇ ଜନ୍ମ ଦିନ ପାଳନ କରିବା ତ କାଠିକର ପାଠ । ତେଣୁ ସେବାଶ୍ରମ ଗୁଡ଼ିକ ଅନ୍‌ଲାଇନ୍‌ ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ଆକାଶଙ୍କୁ ।

ଆଉ ଆକାଶ ମଧ୍ୟ ସମସ୍ତଙ୍କୁ ଭଲ ପାଇବା ଦେବା ସହ ଧନ୍ୟବାଜ ଜଣାଇଛନ୍ତି । ଭିନ୍ନ ଭିନ୍ନ ସେବାଶ୍ରମରେ ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାଙ୍କ ଦ୍ୱାରା ପାଳନ କରାଯାଇଥିବା ଜନ୍ମ ଦିନକୁ ମୋବାଇଲରେ ଭିଡିଓ କଲିଂ ମାଧ୍ୟମରେ ଆକାଶ ବେଶ୍‌ ଉପଭୋଗ କରିଛନ୍ତି । ଏହି ସେବାଶ୍ରମ ଗୁଡ଼ିକ ମଧ୍ୟରେ ରହିଛି ଦିବ୍ୟଜ୍ୟୋତି ସେବାଶ୍ରମ ତଥା ବାଳାଶ୍ରମ ଓ ଆଶା କିରଣ ଓଲ୍ଡଏଜ୍ ହୋମ୍ ।

Leave a Reply