ଭତ୍ତା ଟଙ୍କା ଲୁଟିଥିବା ଲୁଟେରାଙ୍କୁ ଗିରଫ କଲା ପୋଲିସ, ପାଖରୁ ମଳିଲା ଏହି ସବୁ ଜିନିଷ

ରାଉରକେଲା: ବିରମିତ୍ରପୁର ଥାନା ପୋଲିସକୁ ମିଳିଛି  ବଡ଼ ସଫଳତା । ୪ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗିରଫ ସମୟରେ ଏମାନଙ୍କ ପାଖରୁ ୪ ଲକ୍ଷ ୧୦ ହଜାର ଟଙ୍କା ସହ ଦୁଇଟି ପିସ୍ତଲ, ଦୁଇଟି ଗୁଳି, ଗୋଟିଏ ବାଇକ ଜବତ କରାଯାଇଛି । ଅକ୍ଟୋବର ମାସ ୧୫ ତାରିଖରେ ୧୧ଲକ୍ଷ ୨୫ ହଜାର ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

 

ସୂଚନା ଅନୁଯାୟୀ, କୁଆଁରମୁଣ୍ଡାରେ ୫ଟି ଗ୍ରାମ ପଞ୍ଚାୟତରେ ଭତ୍ତା ଟଙ୍କା ବାଣ୍ଟିବା ପାଇଁ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ଟଙ୍କା ନେଇ ଯାଇଥିଲେ । ସେହି ସମୟରେ ୫ଜଣ ଦୁର୍ବୃତ୍ତ ଆସି ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ । ଭ୍ୟାନରେ ଥିବା ବ୍ୟାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଠାରୁ ୧୧ ଲକ୍ଷ ୨୫ ହଜାର ଟଙ୍କା  ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଆଜି ବିରମିତ୍ରପୁର ଥାନା ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଦୁଇଜଣ ଅଭିଯୁକ୍ତ ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଅନ୍ୟ ୪ଟି ଲୁଟ ଓ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ସୁନ୍ଦରଗଡ ଏସ.ପି ସୌମ୍ୟା ମିଶ୍ର ସୂଚନା ଦେଇଛନ୍ତି ।

Leave a Reply