ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗର୍ଭପାତ କରାଇଥିବା ଡାକ୍ତରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

1 min read
Biramitrapur Rape And Abortion Case, Doctor Arrested.

ରାଉରକେଲା: ବନ୍ଧା ହେଲେ ଡାକ୍ତର ବାବୁ । ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗର୍ଭପାତ କରାଇଥିବା ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି ।

ଅନ୍ୟପଟେ ଏହି ଘଟଣାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ରିପୋର୍ଟ ମାଗିଛନ୍ତି । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବୀରମିତ୍ରପୁରର ବହିଷ୍କୃତ ଥାନା ଆଇଆଇସି, ଅନ୍ୟ ଜଣେ ପୋଲିସ କର୍ମଚାରୀ, ୨ଜଣ ଯୁବକ ଓ ନାବାଳିକାଙ୍କ ସାବତ ବାପା ବିଭିନ୍ନ ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ସେ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା ।

 

ଏନେଇ ଗତମାସ ୨୩ ତାରିଖରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଏବଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତମାସ ୧୪ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକାଙ୍କର ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଥିଲା ।

ନାବାଳିକାର ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ଜଡ଼ିତ ଆଇଆଇସିଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ୪ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ପଚରାଉଚରା କରୁଥିଲା । ବହିଷ୍କୃତ ଆଇଆଇସିଙ୍କ ୪ଦିନିଆ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୁନ୍ଦରଗଡ଼ ପୋକ୍‌ସୋ କୋର୍ଟରେ ହାଜର କରାଯାଇଥିଲା ।

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା… ସୁନ୍ଦରଗଡ଼ ପୋକ୍ସୋ କୋର୍ଟରେ ହାଜର ହେବେ ବହିଷ୍କୃତ ଆଇଆଇସି

( ରାଉରକେଲା- ଅବନୀ ରଞ୍ଜନ ମହାପାତ୍ର )

Leave a Reply