ବୀରମିତ୍ରପୁର ଆଇଆଇସି ଗିରଫ, ଖୁବ୍ ଶୀଘ୍ର ହେବ କୋର୍ଟ ଚାଲାଣ…

ସୁନ୍ଦରଗଡ଼ ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଆଇଆଇସିଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଅନୁଗୁଳର ବଇଣ୍ଡା ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଖୁବ୍ ଶୀଘ୍ର କୋର୍ଟରେ ହାଜର କରାଯିବ ।  ଡିଜିପି ଶ୍ରୀ ଅଭୟ ଏନେଇ ସୂଚନା ଦେଇଥିବା ବେଳେ କ୍ରାଇମବ୍ରାଞ୍ଚର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ତାଙ୍କୁ ବହିଷ୍କାର ଓ ନିଲମ୍ୱନ ମଧ୍ୟ  କରାଯାଇଥିଲା ।

ବୀରମିତ୍ରପୁର ଥାନାର ବଡ଼ବାବୁଙ୍କ ସହ ଅନ୍ୟ ଜଣେ ପୋଲିସ, ସାଵତ ଵାପା ଓ ଦୁଇ ଜଣ ଯୁବକ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ରାଏବୋଗା ଥାନାରେ ଗତ ୨୩ ତାରିଖରେ ଅଭିଯୋଗ ହୋଇଥିଲା। ଏଭଳି ସାଂଘାତିକ ଅଭିଯୋଗ ନେଇ ମାମଲା ରୁଜୁ ହୋଇଥିଲା । ସେହିଭଳି ଦୁଷ୍କର୍ମ ପରେ ନାବାଳିକା ଗର୍ଭବତୀ ମଧ୍ୟ ହୋଇଥିଲେ । ଶିଶୁ କଲ୍ୟାଣ କମିଟିକୁ ନଜଣାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା ।  ତେବେ ଏବେ କ୍ରାଇମବ୍ରାଞ୍ଚ ଏନେଇ ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛି । ଗତ କାଲିଠାରୁ ଏହି ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ କମିଟିରେ ୪ଜଣ ସଦସ୍ୟ ରହିଛନ୍ତି । ତେବେ ଦୁଷ୍କର୍ମ ସହ ସମ୍ପୃକ୍ତ ବ୍ୟକ୍ତିମାନେ ଏବେ ଫେରାର ରହିଥିବା ପୁଲିସ ଜଣାଇଛି ।

Leave a Reply