ବିଲ୍ ଗେଟ୍ସଙ୍କୁ କାହିଁକି ପସନ୍ଦ ଆଣ୍ଡ୍ରୋଏଡ୍ ସ୍ମାର୍ଟ୍ ଫୋନ୍ସ…

1 min read

ନୂଆଦିଲ୍ଲୀ: Android ଓ iPhone ଫୋନ୍ ମଧ୍ୟରୁ କିଏ ସବୁଠୁ ଭଲ । ଏହାକୁ ନେଇ ଅନେକ ସମୟରେ ବିତର୍କ ମଧ୍ୟ ହୋଇଥାଏ । କିଛି ଲୋକଙ୍କୁ Android ସେଟ୍ ଭଲ ଲାଗୁଥିବା ବେଳେ ଆଉ କେତେକଙ୍କର ପସନ୍ଦ iPhone । ହେଲେ ଜାଣିଛନ୍ତି କି ମାଇକ୍ରୋସଫ୍ଟର ସଂସ୍ଥାପକ ତଥା ଦୁନିଆର ଧନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କୁ Android ଫୋନ୍ ଖୁବ୍ ପସନ୍ଦ ।

ଜାଣନ୍ତୁ, ଏହା ପଛରେ କ’ଣ ରହିଛି କାରଣ… 

9to5Google ର ଏକ ରିପୋର୍ଟ ଅନୁଯାୟୀ ନିକଟରେ ବିଲ୍ ଗେଟ୍ସ ‘କ୍ଲବ ହାଉସ୍’ ଆପ୍ ଉପରେ ଏକ ଅଡ଼ିଓ ଇଣ୍ଟରଭ୍ୟୁ ଦେଇଥିଲେ । ‘କ୍ଲବ ହାଉସ୍’ ଏକ ଅଡ଼ିଓ ବେସଡ୍ ସୋସିଆଲ୍ ମିଡିଆ ଆପ୍ ହୋଇଥିବା ବେଳେ ଏହା ଖୁବ୍ ଲୋକପ୍ରିୟ ହୋଇପାରିଛି ।

ଏହି ସାକ୍ଷାତକାରରେ ବିଲ୍ ଗେଟ୍ସ ସାମ୍ବାଦିକ ଆଣ୍ଡ୍ର୍ୟୁ ରସ୍ ସର୍କିନ୍ ଓ କ୍ଲବହାଉସ୍ ର କୋ-ଫାଉଣ୍ଡର ପଲ୍ ଡେଭିଡସନ ଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ କହିଥିଲେ ଯେ ସେ ଏବେବି ଆଣ୍ଡ୍ରୋଏଡ୍ ସ୍ମାର୍ଟ୍ ଫୋନକୁ ଖୁବ୍ ପସନ୍ଦ କରନ୍ତି ।

ବିଲ୍ ଗେଟ୍ସ କହିଛନ୍ତି ଯେ ଆଣ୍ଡ୍ରୋଏଡ୍ ଫୋନର ଫ୍ଲେକସିବଲ୍ ଇକୋ-ସିଷ୍ଟମ୍ ତାଙ୍କୁ ଖୁବ୍ ପସନ୍ଦ । ଯଦିଓ ସେ କେବେ କେବେ ଆଇଫୋନ୍ ବ୍ୟବହାର କରିଥାନ୍ତି । ଅପରେଟିଂ ସିଷ୍ଟମରୁ ସଫ୍ଟଓ୍ୱେୟାର କନେକ୍ଟିଭିଟି ଆଣ୍ଡ୍ରୋଏଡ୍ ଫୋନରେ ଖୁବ୍ ସହଜ ହୋଇଥାଏ ।

କ୍ଲବହାଉସ୍ ଆପ୍ ଏକ ଅଡିଓ ବେସଡ୍ ଲୋକପ୍ରିୟ ସୋସିଆଲ୍ ମିଡିଆ ନେଟଓ୍ୱର୍କ । ଯାହା ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ଏହି ପ୍ଲାଟଫର୍ମରେ କିଛି ଦିନ ତଳେ ଟେସଲା ର ଫାଉଣ୍ଡର ମସ୍କ ମଧ୍ୟ ଏକ ସାକ୍ଷାତକାର ଦେଇଥିଲେ । ଏହା ବର୍ତ୍ତମାନ ସମୟରେ କେବଳ ଆଇଓଏସ୍ ପାଇଁଁ ଉପଲବ୍ଧ ରହିଛି ।

Leave a Reply