ଯଦି ଭାରତ ରତ୍ନ ପାଇବେ ସାବରକର ତେବେ କାହିଁକି ନୁହଁନ୍ତି ବିଜୁ ବାବୁ ?

1 min read

ରାଜନୀତିର ପଶାପାଲିରେ ଏବେ ‘ଭାରତ ରତ୍ନ’ ସତେ ଯେମିତି କଷଟି ପଥର ହୋଇଛି। ଦେଶର ଏହି ସର୍ବୋଚ୍ଚ ସମ୍ମାନକୁ ନେଇ ଏବେ ଚାଲିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ପ୍ରତିଶ୍ରୁତି ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ନିମନ୍ତେ ସୁପାରିଶ କରାଯିବ ବୋଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ବିଜେପି ସଂକଳ୍ପ ପତ୍ରରେ କହିଛି । ତେବେ ରାଜନୈତିକ ଦଳ ଗୁଡିକର ଭାରତ ରତ୍ନ ସମ୍ମାନକୁ ନେଇ ଏଭଳି ଖୋଲାଖୋଲି ପ୍ରଚାର ବହୁ ବିଶିଷ୍ଟ ନେତା ଓ ସଂଗ୍ରାମୀଙ୍କ ପ୍ରତି କୁଠାରଘାତ ସଦୃଶ୍ୟ ହେଉଥିବା ବିଶ୍ଳେଷକ ମତ ଦେଉଛନ୍ତି।

କଂଗ୍ରେସର ଅସହମତି

ବିଜେପିର ଏଭଳି ଘୋଷଣାକୁ ନେଇ ଅସହମତି ପ୍ରକାଶ କରିଛି କଂଗ୍ରେସ । ସାବରକାର କଳାପାଣିରେ ସଜ୍ଜା କାଟୁଥିବାବେଳେ ଜେଲରୁ ମୁକ୍ତ କରିବା ନେଇ ଇଂରେଜ ସରକାରଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଗାନ୍ଧୀଜୀଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ମଧ୍ୟ ତାଙ୍କ ଉପରେ ମାମଲା ଚାଲିଥିବା କହିଛି କଂଗ୍ରେସ । ଏଭଳି ବ୍ୟକ୍ତିଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଚିନ୍ତା କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ତେବେ ଇନ୍ଦିରା ଗାନ୍ଧୀ ସାବରକରଙ୍କ ସମ୍ମାନରେ ଡାକ ଟିକଟ ଜାରି କରିଥିଲେ । ଏହା ସତ୍ତ୍ୱେ କଂଗ୍ରେସ ଏହାକୁ ବିରୋଧ କରିବା ନେଇ ପ୍ରଶ୍ନ ଉଠାଇଛି ବିଜେପି । ଜଣେ ବ୍ୟକ୍ତିଙ୍କୁ ନେଇ ଦ୍ୱିମତ ଥିବା ବେଳେ ତାଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ ନେଇ ସୁପାରିଶ କରାଯିବ ବୋଲି କୁହିବା ସମ୍ମାନ ପ୍ରଦାନର ନିରପେକ୍ଷତା ଓ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଉଛି ।  ମହାରାଷ୍ଟ୍ରର ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ରାଜନୈତିକ ଅଭିସନ୍ଧିମୂଳକ ବୋଲି ମନେହେଉଛି ।

ବିଜୁଙ୍କୁ ଭାରତରତ୍ନ ଦାବି

ଅପରପକ୍ଷରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଦାବି ବହୁ ବର୍ଷ ଧରି ହୋଇଆସୁଛି ।  ସ୍ୱାଧୀନତା ସମୟରେ ଏବଂ ଏହାର ପରବର୍ତ୍ତୀ କାଳରେ ବିଜୁଙ୍କ ଭୂମିକା ସାରା ଦେଶବାସୀ ଜାଣିଛନ୍ତି। ତାଙ୍କ ମୃତ୍ୟୁ ସମୟରେ ତିଟୋନି ରାଷ୍ଟ୍ରର ଜାତୀୟ ପତାକା ବିଜୁ ବାବୁଙ୍କ ସମ୍ମାନାର୍ଥେ ଘୋଡ଼ାଯାଇଥିଲା। କଶ୍ମୀରରେ ବିଜୁଙ୍କ ପାରଦର୍ଶିତା ହେଉ କିମ୍ବା ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ। ଏତେ ସବୁ ବଳିଦାନ ସତ୍ତ୍ୱେ ବିଜୁଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଜାତୀୟ ସ୍ତରରେ ରାଜନୀତିକ ଇଚ୍ଛାଶକ୍ତିର ଅଭାବ ଥିବା ଭଳି ମନେହେଉଛି। ')}

Leave a Reply