‘ବିଜୁ ବାବୁ କେବେ ମଧ୍ୟ ରାଜନୈତିକ ଶତ୍ରୁତାରେ ବିଶ୍ୱାସ କରୁନଥିଲେ’

1 min read

ଭୁବନେଶ୍ୱର: ବିଜୁ ବାବୁ ଥିଲେ ସହିଷ୍ଣୁ । ସେ ରାଜନୈତିକ ଶତ୍ରୁତାରେ ବିଶ୍ୱାସ କରୁନଥିଲେ । ଏଭଳି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । କମିକ୍ସ ପୁସ୍ତକ ‘ଆଡଭେଞ୍ଚର୍ସ ଅଫ୍ ଡେୟାର ଡେଭିଲ ଡେମୋକ୍ରାଟ୍’ ଉନ୍ମୋଚନ ଅବସରରେ ବିଜୁ ବାବୁଙ୍କ ବ୍ୟକ୍ତିତ୍ୱକୁ ମନେଇ ପକାଇ ଏମିତି ସେ କହିଥିଲେ ।କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିଜୁ ବାବୁଙ୍କୁ ଡେମୋକ୍ରାଟ୍ ଓ ଡେୟାର ଡେଭିଲ ବୋଲି କହିଥିଲେ । ବିଜୁ ବାବୁ କେବେ ମଧ୍ୟ ରାଜନୈତିକ ଶତ୍ରୁତାରେ ବିଶ୍ୱାସ କରୁନଥିଲେ । କୌଣସି ଲୋକ ବିରୋଧ କଲେ ମଧ୍ୟ ସେ ତାଙ୍କ ସହିତ ଶତ୍ରୁତା ଆଚରଣ କରୁନଥିଲେ । କିନ୍ତୁ, ଏବେ ରାଜନୀତିରେ ସହିଷ୍ଣୁତା ଶବ୍ଦ ହଜିବାକୁ ଲାଗିଲାଣି । ବିଜୁ ବାବୁ ସହିଷ୍ଣୁ ଥିଲେ ଓ ଡେୟାର ଡେଭିଲ ମଧ୍ୟ ଥିଲେ । ୧୯୬୨ରେ ଓଡ଼ିଶାକୁ ବାକି ଦେଶ ଦୁଇଟି କାରଣ ପାଇଁ ଚିହ୍ନୁଥିଲା । ଗୋଟିଏ ଥିଲା ଓଡ଼ିଶା ଜଗନ୍ନାଥଙ୍କ ଦେଶ ଏବଂ ଦ୍ୱିତୀୟ କାରଣ ଥିଲେ ବିଜୁ ବାବୁ । ସେତେବେଳେ ଓଡ଼ିଶାକୁ ବିଜୁ ବାବୁଙ୍କ ରାଜ୍ୟ ବୋଲି ବାକି ଭାରତ ଜାଣୁଥିଲା ।

ବିଜୁ ପଟ୍ଟନାୟକଙ୍କ ସହ ନିଜ ସମ୍ପର୍କ ବାବଦରେ କହି ସେ କହିଥିଲ ଯେ, ବିଜୁ ବାବୁ ମୋ ରାଜନୈତିକ ଜୀବନର ଟର୍ଣ୍ଣିଂ ପଏଣ୍ଟ୍ ଥିଲେ । ୧୯୨ରେ ତାଙ୍କ ସହ ପ୍ରଥମ ଦେଖା ବେଳେ ମୁଁ ଛାତ୍ର ଥିଲି । ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲୁ । ତଥାପି ତାଙ୍କ ମନରେ ମୋ ପ୍ରତି ରାଜନୈତିକ ଆକ୍ରୋଶ ନଥିଲା । ସେ ମୋ ବଡ଼ ବାପାଙ୍କୁ ମୋ ବିଷୟରେ ପଚାରିଥିଲେ। ସେ ମୋତେ ଦେଖାକରିବାକୁ ଡକାଇଥିଲେ । କିନ୍ତୁ ମୁଁ ମନା କରିଥିଲି । ତେବେ, ବଡ଼ ବାପା ମୋତେ ତାଙ୍କ ପାଖକୁ ନେଇକି ଯାଇଥିଲେ । ବିଜୁ ବାବୁ ମୋତେ ଗାଡ଼ିରେ ବସିବାକୁ କହିଲେ । ମୁଁ ମନା କରି ଦେଇଥିଲି । ଆଉ ଥରେ ବିଜୁ ବାବୁଙ୍କୁ ପଥର ମାଡ଼ ହୋଇଥିଲା । ତାଙ୍କୁ ସୁରକ୍ଷା ଦେବାକୁ ବଡ଼ବାପା ଥିଲେ । ହେଲେ ତାଙ୍କୁ ହଟାଇ ନିଜେ ମାଡ଼ ଖାଇଲେ । ରକ୍ତାକ୍ତ ହେଲେ କିନ୍ତୁ, କୌଣସି ପୋଲିସ କେସ ହୋଇନଥିଲା । ଏପରି ବ୍ୟକ୍ତିତ୍ୱ ଥିଲେ ବିଜୁ । ପରେ ଓକିଲ ଭାବେ କଟକ ଆସିଥିଲି । ଖବର ପାଇ ବିଜୁ ଡକାଇଲେ ଅଫିସ । ଯାହା ବିରୋଧୀ ଦଳ ନେତାଙ୍କ ଘର ଥିଲା । ବିଜୁ ମୋତେ ନିର୍ବାଚନ ଲଢ଼ିବାକୁ କହିଲେ । ମୁଁ କହିଲି ଆପଣ ଜନତା ଦଳ, ମୁଁ ବାମପନ୍ଥୀ । ନିର୍ବାଚନ ଲଢ଼ିବାକୁ ମୋର ଇଚ୍ଛା ନାହିଁ । CPI ନେତା ଲୋକନାଥ ଚୌଧୁରୀଙ୍କ ସହ ବିଜୁବାବୁ ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେଣୁ ଦଳରୁ ଇସ୍ତଫା ନ ଦେଇ ବି ଇଚ୍ଛା ବିରୋଧରେ ଜନତା ଦଳ ଟିକେଟରେ ଲଢିଲି, ଜିତିଲି ଓ କ୍ୟାବିନେଟ ମନ୍ତ୍ରୀ ହେଲି ।

ବିଜୁଙ୍କ ଜିବନୀକୁ ନେଇ କମିକ୍ସ ବୁକ୍ ‘ଆଡଭେଞ୍ଚର୍ସ ଅଫ୍ ଡେୟାର ଡେଭିଲ ଡେମୋକ୍ରାଟ୍’

Leave a Reply