ନୀତୀଶ କୁମାର ହେବେ ବିହାର ମୁଖ୍ୟମନ୍ତ୍ରୀ…ଏନ୍‌ଡିଏ ବୈଠକରେ ନୀତୀଶ ନେତା ନିର୍ବାଚିତ

ପାଟଣା: ନୀତିଶ କୁମାର ହେବେ ବିହାର ମୁଖ୍ୟମନ୍ତ୍ରୀ । ବିହାରରେ ହୋଇଥିବା ଏନଡିଏ ବୈଠକରେ ନୀତିଶଙ୍କ ନାଁରେ ମୋହର ମରାଯାଇଛି । ପ୍ରଥମେ ଜେଡିୟୁ ଓ ବିଜେପି ପୃଥକ ପୃଥକ ବୈଠକ କରିଥିବା ବେଳେ ନୀତିଶଙ୍କ ନାଁରେ ସହମତି ପ୍ରକାଶ ପାଇଥିଲା । ଜେଡିୟୁ ବୈଠକରେ ନୀତିଶଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି । ସମସ୍ତଙ୍କ ସହମତିରେ ନୀତିଶଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରୋଜେକ୍ଟ କରାଯାଇଥିଲା । ପରେ ଏନଡିଏ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ଔପଚାରିକ ଭାବେ ଘୋଷଣା କରାଯାଇଛି ।

ଏଥିସହ ଆଗାମୀ କ୍ୟାବିନେଟରେ କିଏ କିଏ ମନ୍ତ୍ରୀ ରହିବେ, ସେନେଇ ମଧ୍ୟ ଆଲୋଚନା ହେଉଛି । ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ହେବେ ସୁଶିଲ ମୋଦି । ଏନଡିଏ ବିଧାୟକ ଦଳର ବୈଠକରେ ଜେଡିୟୁ, ବିଜେପି, ଜେଡିୟୁ, ହାମ୍ ଓ ଭିଆଇପି ଦଳର ବିଧାୟକମାନେ ଉପସ୍ଥିତ ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି ।

ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଥିବା ସୁଶିଲ ମୋଦି ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ଆସନ୍ତାକାଲି ସକାଳ ୧୧ଟା ୩୦ରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ । ଏଥିରେ ନୀତୀଶଙ୍କ ସମେତ ଅନ୍ୟ ବିଧାୟକ ମାନେ ଶପଥ ନେବେ । ପରେ ସେମାନଙ୍କୁ ମନ୍ତ୍ରୀପଦ ବଣ୍ଟନ କରାଯିବ ।

Leave a Reply