Bihar Election: ବିଜେପି ‘୧୯୯୫ ମହାରାଷ୍ଟ୍ର ଫର୍ମୁଲା’ ଆପଣାଇଲେ ନୀତିଶ ହରାଇପାରନ୍ତି ମୁଖ୍ୟମନ୍ତ୍ରୀ ପଦ

1 min read
Bihar Elections 2020 If BJP Adopts 1995 Maharashtra Formula Than Nitish will Lost CM Post

ପାଟଣା: ବିହାର ବିଧାନସଭା ନିର୍ବାଚନରେ ଏବେ ଯାଏଁ ମିଳିଥିବା ସଂଖ୍ୟା ମୁତାବକ ରାଜ୍ୟରେ ବିଜେପି-ଜେଡିୟୁ ମେଣ୍ଟର ସରକାର ଗଠନ ହେବା ଦେଖାଯାଉଛି । ଏକଜିଟ୍ ପୋଲର ଓଲଟା ଫଳ ଆସିବା ପରେ ନିରାଶ ଏନଡିଏ ଶିବିରରେ ଏବେ ଖୁସିର ମାହୋଲ । ଏମିତିରେ ପ୍ରଶ୍ନ ଉଠିଲାଣି ଯେଉଁ କଥା ବିଜେପି ବାରମ୍ବାର କହୁଛି- ସିଟ୍ କମ୍ ଆସୁ କିମ୍ବା ଅଧିକ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହିଁ ହେବେ । କଣ ଦଳ ଏବେ ଏହି ପ୍ରତିଶ୍ରୁତିରେ ଅଟଳ ରହିବ ? ବିଜେପି ବିହାରରେ ସରକାର ଗଠନ ପାଇଁ ମହାରାଷ୍ଟ୍ର ଫର୍ମୁଲା ଆପଣାଇବ କି ?

Bihar Elections 2020 If BJP Adopts 1995 Maharashtra Formula Than Nitish will Lost CM Post

ମହାରାଷ୍ଟ୍ର ଫର୍ମୁଲା କଣ ?

ଯଦି, ଅତୀତରେ ସରକାର ଗଠନ ଉପରେ ନଜର ପକାଇବା ତ ମହାରାଷ୍ଟ୍ରରେ କମ୍ ସିଟ୍ ମିଳିବା ଯୋଗୁଁ ବିଜେପି, ଶିବସେନାକୁ ବଡ଼ ଭାଇ ମାନି ନେଇଥିଲା । ଏବଂ ପ୍ରଥମଥର ୧୯୯୫ରେ ରାଜ୍ୟରେ ଶିବନସେନାରୁ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ମନୋହର ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ବିଜେପିର ଗୋପୀନଥା ମୁଣ୍ଡେଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ।

୧୯୯୦ ବିଧାନସଭା ନିର୍ବାଚନରେ ଶିବସେନା ୧୮୩ ସିଟରେ ନିର୍ବାଚନ ଲଢ଼ି ୫୨ଟିରେ ଜତିଥିଲା । ଯେତେବେଳେ କି ବିଜେପି ୧୦୫ଟି ଆସନରେ ଲଢ଼ି ୪୨ଟି ହାତେଇ ଥିଲା । ସମାନ ଫର୍ମୁଲା ୧୯୯୫ ନିର୍ବାଚନରେ ପ୍ରୟୋଗ କରାଯାଇଥିଲା । ଆଉ ସେତେବେଳେ ଶିବସେନା ହାତକୁ ୭୩ଟି ଆସନ ଆସିଥିବା ବେଳେ ବିଜେପି ୬୫ଟି ଆସନରେ ସୀମିତ ରହିଥିଲା ।

୨୦୨୦ରେ କେଉଁ ଦଳ କେତେ ଆସନରେ ଲଢ଼ୁଛନ୍ତି ?

ବିହାର ନିର୍ବାଚନରେ ଏନଡିଏ ସହଯୋଗୀ ଦଳ ଜେଡିୟୁ ୧୧୫ ସିଟ୍, ବିଜେପି ୧୧୦ ସିଟ୍, ବିଆଇପି ୧୧ଟି ଆସନରେ ନିର୍ବାଚନ ଲଢ଼ୁଛନ୍ତି । ମହାମେଣ୍ଟରେ ଆରଜେଡି ୧୪୪ ସିଟରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୭୦ଟି ସିଟ୍, ସିପିଆଇ୍ (ଏମଏଲ୍) ୧୯ଟି ସିଟ୍ ଓ ସିପିଏମ୍ ୪ଟି ଆସନରେ ପ୍ରାର୍ଥୀ ଦେଇଛି ।

Leave a Reply