ସଭାରେ କପଡ଼ା ଫାଡିଦେଲେ ବିହାରର ଏହି କଂଗ୍ରେସ ନେତା… ଆଉ ତା’ ପରେ କଲେ ଏମିତି କାଣ୍ଡ…

ସମସ୍ତିପୁର: ସିନେମାରେ ହିରୋ ଭିଲେନ ସହ ଲଢୁଥିବା ବେଳେ ହିରୋ ଜଣଙ୍କ ନିଜ ସାର୍ଟ ଖୋଲିଦେବାର ଦୃଶ୍ୟ ସମସ୍ତେ ଦେଖିଥିବେ । ଏହି ଦୃଶ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଦେଇଥାଏ । ହେଲେ କୌଣସି ରାଜନେତା ଯଦି ହଜାର ହାଜର ଲୋକଙ୍କ ସମ୍ମୁଖରେ ନିଜ କୁର୍ତ୍ତା ଫାଡି ଦିଅନ୍ତି । ତେବେ ଏହା ଆପଣଙ୍କୁ ଟିକେ ଖଟକା ଲାଗିବ । ହେଲେ ଏପରି ଏକ ଦୃଶ୍ୟ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି ।

ବିହାର ସମସ୍ତିପୁର ଜିଲା ଅନ୍ତର୍ଗତ ରସୋଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଯୋଗେନ୍ଦ୍ର କୁମାର ବିକଳ । ସେ ଏକ ରାଜନୈତିକ ସଭାରେ କହିଥିଲେ ଯେ ପର୍ଯ୍ୟନ୍ତ ଅନୁମଣ୍ଡଳ ଅଞ୍ଚଳକୁ ସ୍ୱତନ୍ତ୍ର ଜିଲା ଭାବେ ଘୋଷଣା କରା ନ ଯାଇଛି । ସେ ପର୍ଯ୍ୟନ୍ତ ସେ ସଂଗ୍ରାମ ଜାରି ରଖିବେ । ଏଥିପାଇଁ ଯାହା ଆବଶ୍ୟକ ସବୁ କରିବେ । ତାଙ୍କର ଏହିପରି ଭାଷଣ କିଛିକ୍ଷଣ ପାଇଁ ସେହି ରାଜନୈତିକ ସଭାରେ କରତାଳି ସାଉଁଟି ଥିଲା । ଯାହା ଯୋଗେନ୍ଦ୍ରଙ୍କୁ ଉତ୍ସାହିତ କରିଦେଇଥିଲା । ଆଉ ସେ ନିଜ କୁର୍ତ୍ତାକୁ ଫାଡି ଚିରି ଦେଇଥିଲେ । ଏହା ଦେଖି ତାଙ୍କ ସହଯୋଗୀ ଏବଂ କେତେକ ଲୋକ କରତାଳି ମାରିଥିଲେ ।

ଏହା ପରେ ମଞ୍ଚରୁ କହିଥିଲେ, ଅନୁମଣ୍ଡଳକୁ ଜିଲାରେ ପରିଣତ କରିବା ସେ ନିଜର କୁର୍ତ୍ତା ଫାଡିଛନ୍ତି । ଏହା ତାଙ୍କର ପ୍ରତିଜ୍ଞା ରହିଲା । ଯେ ପର୍ଯ୍ୟନ୍ତ ଜିଲାର ମାନ୍ୟତା ନ ମିଳିଛି, ସେ ଯାଏ ସେ କୁର୍ତ୍ତା କି ସାର୍ଟ ପିନ୍ଧିବେ ନାହିଁ । ତେଣୁ ତାଙ୍କ ଲଜ୍ଜା ଏବଂ ଇଜ୍ଜତ ଏବେ ଜନତାଙ୍କ ହାତରେ । ଜନତା ତାଙ୍କୁ ଭୋଟ ଦେଇ ତାଙ୍କ ଲଜ୍ଜା ନିବାରଣ କରନ୍ତୁ ବୋଲି ଯୋଗେନ୍ଦ୍ର କହିଛନ୍ତି ।

 

Leave a Reply