BIHAR EXIT POLL : ବିହାର ଦେଲା ଉତ୍ସାହ, ଆଗାମୀ ଦିନରେ ପଶ୍ଚିମବଙ୍ଗ ଓ ୟୁପିରେ ଦେଖିବାକୁ ମିଳିପାରେ ନୂଆ ସମୀକରଣ

1 min read

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ଆସିଥିବା ବୁଥ ବାହୁଡା ମତ ମହାମେଣ୍ଟ ସପକ୍ଷରେ ମତ ପ୍ରଦାନ କରିଛି । ତେଣୁ ବିରୋଧୀ ଏକଜୁଟ୍ ହେଲେ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇହେବ ବୋଲି ପ୍ରମାଣିତ ହୋଇଛି । ସାରା ଭାରତରେ ଗତ ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟ ସବୁ ରାଜ୍ୟରେ ସମ୍ଭବ ହୋଇ ନ ଥିଲା । ତେଣୁ ଭାଜପା ଏବଂ ଏନ଼ଡିଏ ଏକତରଫା ଭାବେ ବିଜୟୀ ହୋଇଥିଲା ।

No Alliance To Get Absolute Majority Predicts Exit Poll Bihar Election 2020

ହେଲେ ଏହି ବିହାର ଫଳାଫଳ ପରେ ୭ ମାସ ପରେ ହେବାକୁ ଥିବା ପଶ୍ଚିମବଙ୍ଗ ଓ ୨୦୨୨ରେ ୟୁପି ନିର୍ବାଚନ ହେବ । ତେଣୁ ପଶ୍ଚିମବଙ୍ଗରେ ତୃତୀୟ ମେଣ୍ଟ ଗଢି ଉଠିବାର ସମ୍ଭାବନା ରହିଛି । ସେଠାରେ ବହୁ ପୂର୍ବରୁ ତୃଣମୂଳ କଂଗ୍ରେସ ରହିଛି । ବିଜେପି ତାହାର ଏକୁଟିଆ ନିର୍ବାଚନ ଲଢୁଛି । ତେଣୁ କଂଗ୍ରେସ-ବାମ- ଆରଜେଡି ଓ ଅନ୍ୟ ଆଞ୍ଚଳିକ ଦଳଗୁଡିକୁ ନେଇ ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା କରାଯାଉଛି । ଅବଶ୍ୟ ମମତାଙ୍କ ତୃଣମୂଳ କଂଗ୍ରେସ ଏବଂ ତୃତୀୟ ସାମ୍ମୁଖ୍ୟର ମୁଖ୍ୟ ଉଦ୍ଦେଶ୍ୟ ଭାଜପାକୁ କ୍ଷମତାରୁ ଦୂରେଇ ରଖିବା । ତେଣୁ ଉଭୟ ଦଳ ମଧ୍ୟରେ ଟ୍ୟାକ୍ଟିକାଲ ବୁଝାମଣାକୁ ଅଣଦେଖା କରା ଯାଇ ନ ପାରେ ।

୨୦୧୯ରେ ମୋଦିଙ୍କ ସମ୍ମୁଖରେ ବିରୋଧୀ ଅଲଗା ଅଲଗା ହୋଇ ଲଢୁଥିବାର ମନେ ହେଉଥିଲା । ହେଲେ ମାତ୍ର ବର୍ଷକ ପରେ ବିହାର ନିର୍ବାଚନରେ ବିରୋଧୀ ଅଧିକ ଏକଜୁଟ୍ ହୋଇଥିବା ମନେ ହୋଇଥିଲା । ଏନଡିଏ ଏକଜୁଟ ନ ହୋଇ ଏଲଜେପିକୁ ଅଲଗା ଲଢିବାକୁ ଛାଡି ଦେଇଥିଲା । ଯାହାର କୁପରିଣାମ ଭାଜପା-ଜେଡିୟୁ-ଏଲଜେପିକୁ ଭୋଗିବାକୁ ପଡିଲା ।

ସେହିପରି ୨୦୨୨ରେ ୟୁପିରେ ନିର୍ବାଚନ ହେବାକୁ ରହିଛି । ହେଲେ ସେଠାରେ ବିରୋଧୀ ଦଳ ସଙ୍ଗଠିତ ନାହାନ୍ତି । ଏସପି-ବିଏସପି ମେଣ୍ଟ ୨୦୧୯ରେ ଫେଲ ମାରିଥିଲା ।ତେଣୁ ଭାଜପାକୁ ଦେଶର ସବୁଠୁ ବଡ଼ ରାଜ୍ୟରେ ହରାଇବାକୁ ହେଲେ ପ୍ରସଙ୍ଗ ସହ ସାମାଜିକ ସମୀକରଣକୁ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ୨୦୨୨ରେ ଏକାକୀ ନିର୍ବାଚନ ଲଢିବା ପାଇଁ ଉଭୟ କଂଗ୍ରେସ-ଏସପି ଏବେଠୁ କହିଲେଣି । ହେଲେ ଆଗାମୀ ଦିନର ରାଜନୈତିକ ପାଣିପାଗ ଏହି ସମୀକରଣରେ ପରିବର୍ତ୍ତନ ଆଣିବ ବୋଲି ପୂର୍ବାନୁମାନ କରାଯାଉଛି ।

 

Leave a Reply