କୃଷି ବିଲ୍: ଜାରି ରହିବ ସର୍ବନିମ୍ନ ସହାୟତା ମୂଲ୍ୟ (MSP), ମିଛ କହୁଛନ୍ତି ବିରୋଧୀ: ପିଏମ୍ ମୋଦି

1 min read
Bihar Election 2020 PM Narendra Modi Agriculture Bills Farmers Protest

ନୂଆଦିଲ୍ଲୀ: କୃଷି କ୍ଷେତ୍ର ସହ ଜଡ଼ିତ ତିନିଗୋଟି ବିଲକୁ ନେଇ କୃଷକଙ୍କ ବିରୋଧ ଜାରି ରହିଛି । କଡ଼ା ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ପଛକୁ ହଟିବା ମୁଡରେ ନାହାଁନ୍ତି । ଶୁକ୍ରବାର ବିହାର ବିହାରର କେତେକ ଯୋଜନା ଶୁଭାମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ବିଲ୍ କଥା ଉଠାଇଛନ୍ତି । କହିଛନ୍ତି- କିଛି ରାଜନୈତିକ ଦଳ କୃଷକଙ୍କୁ ଭ୍ରମିତ କରୁଛନ୍ତି । ସଂଶୋଧିତ ବିଲ୍ ଦ୍ୱାରା କୃଷକ ଲାଭାନ୍ୱିତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

କୃଷି ବିଲ୍ ଲୋକସଭାରେ ପାସ୍, ପ୍ରଧାନମନ୍ତ୍ରୀ କହିଲେ- କୃଷକଙ୍କୁ ଭ୍ରମିତ କରିବାକୁ ଲାଗିଛନ୍ତି ଲୋକ

ଗତକାଲି ବିଶ୍ୱକର୍ମା ଜୟନ୍ତୀରେ ଲୋକସଭାରେ ଐତିହାସିକ କୃଷି ସଂଶୋଧନ ବିଲ୍ ପାରିତ କରାଯାଇଛି । ଏହି ବିଲ୍ ଦ୍ୱାରା ଆମ ଚାଷୀଭାଇଙ୍କୁ ଅନେକ କଟକଣାରୁ ମୁକ୍ତି ମିଳିବ । କୃଷକ ଅମଳ କରିଥିବା ଶସ୍ୟକୁ ବିକ୍ରି ପାଇଁ ଅଧିକ ସୁଯୋଗ ପାଇବେ । ପ୍ରଧାନମନ୍ତ୍ରୀ କୃଷି ବିଲ୍ ପାଇଁ ଦେଶର କୃଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବିରୋଧୀଙ୍କୁ ଆକ୍ଷେପ କରି ମୋଦି କହିଛନ୍ତି- କୃଷକ ଓ ଗ୍ରାହକଙ୍କ ମଧ୍ୟରେ ବଡ଼ଭାଗ ମଧ୍ୟସ୍ଥି ବା ଦଲାଲ୍ ନେଇଯାଆନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ବିଲର ବହୁତ ଆବଶ୍ୟକତା ଥିଲା । ଏହି ବିଲ୍ କୃଷକଙ୍କ ପାଇଁ ରକ୍ଷା କବଚ ଅଟେ । କିନ୍ତୁ କିଛି ଲୋକ ବର୍ଷ ବର୍ଷ ଧରି ଶାସନରେ ରହି, ଦେଶକୁ ଶାସିତ କରିଛନ୍ତି । ଏବେ କୃଷକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ।

Bihar Election 2020 PM Narendra Modi Agriculture Bills Farmers Protest

ମୋଦି କହିଛନ୍ତି କିଛି ଲୋକ କୃଷକଙ୍କୁ ମିଛ କହୁଛନ୍ତି । ନିର୍ବାଚନ ସମୟ ଯୋଗୁଁ କୃଷକଙ୍କୁ ଭୁଲାଇବା ପାଇଁ ବଡ଼ ବଡ଼ କଥା କହୁଛନ୍ତି । ଲିଖିତ ଆକାରରେ ଦେବା ସହ ଘୋଷଣାପତ୍ର ଦେଉଛନ୍ତି । ଆଉ ନିର୍ବାଚନ ପରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଉଛନ୍ତି । କିନ୍ତୁ ଆଜି ଯେତେବେଳେ ସେହି କଥା ବିଜେପି- ଏନଡିଆ ସରକାର କରୁଛି ତ ସେମାନେ ମିଛ ପ୍ରଚାର କରୁଛନ୍ତି ।

ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ଉପରେ ମୋଦି ମତ ରଖିଛନ୍ତି । MSPକୁ ନେଇ ମିଛ କୁହାଯାଉଛି ଯେ- ସରକାରଙ୍କ ଦ୍ୱାରା କୃଷକଙ୍କୁ ଏମଏସପି ଲାଭ ମିଳିବ ନାହିଁ । ଏହା ସମ୍ପୂର୍ଣ୍ଣ ମନଗଢ଼ା କଥା । କୃଷକଙ୍କ ଧାନ, ଗହମ ସରକାରଙ୍କ ଦ୍ୱାରା କିଣାଯିବ ନାହିଁ । ଏହା ସମ୍ପୂର୍ଣ୍ଣ ମିଥ୍ୟା । ଏହା କୃଷକଙ୍କୁ ଧୋକା । ଆମ ସରକାର କୃଷକଙ୍କୁ ଏମଏସପି ଜରିଆରେ ଉଚିତ୍ ମୂଲ୍ୟ ଦେବା ପାଇଁ ପ୍ରତିବଦ୍ଧ ଅଟେ । ପୂର୍ବ ଭଳି ସରକାର ଶସ୍ୟ କିଣିବେ ।

Bihar Election 2020 PM Narendra Modi Agriculture Bills Farmers Protest

କୌଣସି ବି ବ୍ୟକ୍ତି ଅମଳ ଶସ୍ୟକୁ ଦୁନିଆର କୌଣସି ସ୍ଥାନରେ ବିକ୍ରି କରିପାରିବ । ପୂର୍ବରୁ ଏଥିରୁ କୃଷକ ଭାଇ ଓ ଭଉଣୀଙ୍କୁ ବଞ୍ଚିତ କରାଯାଇଥିଲା । ବିଲ୍ ଆଇନରେ ପରିଣତ ହେବା ପରେ କୃଷକ ଅମଳ ଫସଲକୁ ଦେଶର କୌଣସି ବଜାରରେ ନିଜ ଇଚ୍ଛା ମୁତାବକ ଦରରେ ବିକ୍ରି କରିପାରିବ । ଏନଡିଏ ଗତ ୬ ବର୍ଷରେ କୃଷକଙ୍କ ପାଇଁ ଯେତିକି କରିଛି ଆଗରୁ କେବେ ହୋଇ ନଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply