ସରିଲା ବିହାର ଭୋଟ୍, ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ୍

1 min read
Poll Of Polls Nitish Kumar Is Going To Phase Trouble Tejashwi Is Getting More Votes

ପାଟଣା: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଅନ୍ତିମ ପର୍ଯ୍ୟାୟରେ ୧୫ ଜିଲ୍ଲାର ୭୮ଟି ବିଧାନସଭା ଆସନରେ ଶନିବାର ଭୋଟ୍ ଗ୍ରହଣ ହୋଇଥିଲା । ଏହି ପର୍ଯ୍ୟାୟରେ ଯେଉଁ ମେଣ୍ଟ ଅଧିକ ଆସନ ପାଇଁ ତାଙ୍କ ପାଇଁ ସରକାର ଗଠନ ସେତିକି ସହଜ ହେବ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଅଧିକରୁ ଅଧିକ ସିଟ୍ ହାସଲ ପାଇଁ ପ୍ରୟାସ କରିଥିଲେ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୬ଟା ସୁଦ୍ଧା ୫୪.୬୩ ପ୍ରତିଶତ ମତଦାନ ହୋଇଛି ।

Bihar Election 2020 Ends, After Few Times Exit Poll

ଅନ୍ତିମ ପର୍ଯ୍ୟାୟରେ ଶାସକ ଏନଡିଏ ଓ ଜନତା ଦଳ (ୟୁନାଇଟେଡ) ୩୭, ବିଜେପି ୩୫, ବିଆଇପି ୫ ଓ ହିନ୍ଦୁସ୍ତାନୀ ଅବାମ ମୋର୍ଚ୍ଚା ଜଣେ ପ୍ରାର୍ଥୀଙ୍କୁ ନିର୍ବାଚନରେ ଛିଡ଼ା କରିଥିଲା । ଅନ୍ୟପଟେ ବିରୋଧୀ ମେଣ୍ଟରୁ ଆରଜେଡି ସର୍ବାଧିକ ୪୬, କଂଗ୍ରେସ ୨୫ ଓ ସିପିଆଇ ଏମ୍ଏଲ୍ ୫, ସିପିଆଇ ୨ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରିଥିଲା । ଏହା ବ୍ୟତୀତ ଜନଶକ୍ତି ପାର୍ଟି ୪୨ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିଲା ।

Bihar Election 2020 Ends, After Few Times Exit Poll

୩ଟି ପର୍ଯ୍ୟାୟରେ ସରିଥିବା ବିହାର ନିର୍ବାଚନର ରେଜଲ୍ଟ ଆସନ୍ତା ୧୦ ତାରିଖରେ ଆସିବ । ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ୍ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ୨୪୩ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ କିଏ ଜିଣିବ ବହୁମତ ତାହା ତ ଆସନ୍ତା ୧୦ ତାରିଖରେ ଜଣାପଡ଼ିବ । ତା’ପୂର୍ବରୁ କିଛି ସମୟ ପରେ ଆସିବାକୁ ଯାଉଛି ଆକଳନ ଅର୍ଥାତ୍ ଅକଜିଟ୍ ପୋଲ୍ ।

https://www.youtube.com/watch?v=bIjt8iZRKf8

Leave a Reply