ଜାତିଗତ ଜନଗଣନା ପାଇଁ ମତ ରଖିଲେ ବିହାର ମୁଖ୍ୟମନ୍ତ୍ରୀ

1 min read
Bihar CM Nitish Kumar On Favour Of Caste Based Census

ପାଟନା: ସଂରକ୍ଷଣକୁ ନେଇ ଜନତା ଦଳ ୟୁନାଇଟେଡ୍ ମୁଖପାତ୍ର ଅଜୟ ଆଲୋକଙ୍କ ବୟାନ ପରେ ବିହାର ରାଜନୀତି ଗରମ ହୋଇଛି । ରାଜନୀତିକ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ, ଖୋଦ୍ମୁ ଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ କୈଫତ ଦେବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଛନ୍ତି ଯେ, ସଂରକ୍ଷଣ ଲାଭ ଯେଉଁମାନେ ପାଉଛନ୍ତି ସେମାନଙ୍କ ପରିବାରକୁ ମଧ୍ୟ ଏହି ଫାଇଦା ମିଳିବା ଜାରି ରହୁ । ଏହାକୁ ରୋକିବାର କୌଣସି ପ୍ରଶ୍ନ ଉଠୁ ନାହିଁ । ସୂଚନାଯୋଗ୍ୟ ଯେ, ଅଜୟ ଆଲୋକ ଏକ ଟ୍ୱିଟ୍ କରି କହିଥିଲେ- ପରିବାରର ଜଣେ ସଦସ୍ୟଙ୍କୁ ସଂରକ୍ଷଣ ଫାଇଦା ମିଳିବା ପରେ ଆଉ କାହାକୁ ମିଳିବା ଉଚିତ୍ ନୁହେଁ । ଅନ୍ୟପକ୍ଷରେ ନୀତିଶ ମୋଦି ସରକାରକୁ ଜାତିଗତ ଆଧାରରେ ଜନଗଣନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜାତିଗତ ଆଧାରରେ ଜନଗଣନା ପାଇ ଆଗରୁ ଲାଲୁ ଯାଦବ କହିଥିଲେ । ଏବେ ନୀତିଶ ଲାଲୁଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ।

Bihar CM Nitish Kumar On Favour Of Caste Based Census

ନିଜ ଦଳର ମୁଖପାତ୍ରଙ୍କ ନାମ ନନେଇ ନୀତିଶ ସଂରକ୍ଷଣ ଉପରେ ତାଙ୍କ ରାୟକୁ ଖାରଜ କରି ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ ଆର୍ଥିକ ଆଧାରରେ ସଂରକ୍ଷଣ ଦିଆଯିବାକୁ କୁହାଯାଉଛି । ତେଣୁ ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ।

Bihar CM Nitish Kumar On Favour Of Caste Based Census

ଅନ୍ୟପକ୍ଷରେ ଜାତିଗତ ଆଧାରରେ ଜନଗଣନା ପାଇଁ ସେ ଯୁକ୍ତି ରଖି କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ ଜାତିଗତ ଆଧାରରେ ଜନଗଣନା ବନ୍ଦ ଅଛି । କିନ୍ତୁ ଆମର ବିଶ୍ୱାସ ଏଭଳି ପୁଣିଥରେ ଆରମ୍ଭ ହେବା ଆବଶ୍ୟକ । ଏନେଇ ଆମେ ଅନେକ ଥର ବିଧାନସଭାରେ ପ୍ରସ୍ତାବ ପାସ୍କ ରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛୁ । ଜାତିଗତ ଆଧାରରେ ଜନଗଣନା ହେଲେ ଅନେକ ବାବଦରେ ସଠିକ୍ ତଥ୍ୟ ମିଳିପାରିବ । କେଉଁ ଜାତିର ଜନସଂଖ୍ୟା କେତେ ତାହା ଜାତିଗତ ଜନଗଣନାରୁ ଜଣା ପଡ଼ିବ । ଉଲ୍ଲେଖନୀୟ ଯେ, ଲାଲୁ ଯାଦବ ଅନେକ ଦିନ ଧରି ଜାତିଗତ ଆଧାରରେ ଜନଗଣନା କରିବାକୁ ଦାବି କରିଆସୁଛନ୍ତି ।

Leave a Reply