ବିସ୍ତାର ହେବ ନୀତିଶ କ୍ୟାବିନେଟ, ମଧ୍ୟାହ୍ନରେ ହୋଇପାରେ ଶପଥ ଗ୍ରହଣ !

1 min read

ପାଟନା: କ୍ୟାବିନେଟ ବିସ୍ତାର କରିବାକୁ ଯାଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାର ଗଢିବାର ଅଢେଇ ମାସ ପରେ ପୁଣି ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ନିତୀଶ । ଫେବୃଆରୀ ୧୯ ତାରିଖରେ ବିହାର ବିଧାନସଭାରେ ଆସିବାକୁ ଯାଉଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ । ଏହା ପୂର୍ବରୁ ନିଜ କ୍ୟାବିନେଟ ସଂପ୍ରସାରଣ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ମନସ୍ଥ କରିଥିବା ଜଣାପଡିଛି ।

ମଧ୍ୟାହ୍ନ ୧୨.୩୦ ଘଟିକାରେ ରାଜ୍ୟପାଳ ଫଗୁ ଚୌହ୍ୱାନ ନୂତନ ମନ୍ତ୍ରୀ ମାନଙ୍କୁ ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଛି । ସେପଟେ ନିତୀଶଙ୍କ ମେଣ୍ଟ ସରକାରରେ ସମୁଦାୟ ୧୭ ମନ୍ତ୍ରୀ ଶପଥ ନେବା ନେଇ ସୂଚନା ମିଳିଛି । ଯେଉଁଥିରୁ ସର୍ବାଧିକ ୯ ଜଣ ବିଧାୟକ ବିଜେପିରୁ ରହିଥିବାବେଳେ ୮ ଜଣ ଜେଡିୟୁରୁ ରହିଛନ୍ତି । ଏବଂ ଏହି ନୂତନ ମନ୍ତ୍ରୀ ମଣ୍ଡଳରେ ମୁସଲିମ ଚେହେରା ସାହନୱାଜ ହୁସେନଙ୍କୁ ଦେଖିବାକୁ ମିଳିପାରେ ।

ସୂଚନା ମୁତାବକ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସାହନୱାଜ ହୁସେନଙ୍କୁ କ୍ୟାବିନେଟରେ ମିଳିପାରେ ଗୁରୁ ଦାୟିତ୍ୱ । ପୂର୍ବରୁ ଲୋକସଭା ସାଂସଦଲ ରହିଥିବା ସାହନୱାଜ କେନ୍ଦ୍ର ସରକାରରେ ମନ୍ତ୍ରୀଭାବେ ମଧ୍ୟ ଦାୟିତ୍ୱ ନିଭାଇଛନ୍ତି । ସେପଟେ ବିହାରରେ ବିଜେପିକୁ ମୁସଲିମ ଭୋଟ ମିଳିବାରେ ମଧ୍ୟ ସାହନୱାଜଙ୍କ ରହିଛି ବଡ ଭୂମିକା । ତେଣୁ ଗଠିତ ହେବାକୁ ଥିବା ନୂତନ କ୍ୟାବିନେଟରେ ସାହନୱାଜ ହୁସେନଙ୍କୁ ମନ୍ତ୍ରୀ ପଦ ମିଳିବା ଅକପ୍ରକାର ସ୍ପଷ୍ଟ ହୋଇଥିବା ଜଣାପଡିଛି ।

Leave a Reply