ବିଜେପିକୁ ଅଲଟିମେଟମ୍‌ ଦେଲେ LJP ମୁଖ୍ୟ ଚିରାଗ୍‌ ପାଶ୍ୱାନ୍‌, କହିଲେ ଶୀଘ୍ର ସମାଧାନ କର ନହେଲେ…

1 min read
chirag paswan

ବିହାର: ବିଜେପିକୁ ଅଲଟିମେଟମ୍‌ ଦେଲେ ଏଲ୍‌ଜେପି ମୁଖ୍ୟ ଚିରାଗ୍‌ ପାଶ୍ୱାନ୍‌ । ସୋମବାର ରାତିରେ ସେ ବିଜେପି ମୁଖିଆ ଜେପି ନାଡ୍ଡାଙ୍କୁ ଭେଟି କହିଛନ୍ତି ଯେ, ଯଥା ଶୀଘ୍ର ବିଧାନସଭା ସିଟ୍‌ ସେୟାରିଂ ସମସ୍ୟା ସମାଧାନ କର, ନଚେତ୍‌ ୧୪୩ ସିଟ୍‌ରେ ଏଲ୍‌ଜେପି ପ୍ରାର୍ଥୀ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସୂଚନାନୁସାରେ, ବୈଠକରେ ଚିରାଗ କହିଛନ୍ତି ଯେ, ଏଲଜେପି ସହିତ ଜେଡିୟୁ ମେଣ୍ଟ କରିବାକୁ ଚାହୁଁନାହିଁ । ତେଣୁ, JDU ପ୍ରାର୍ଥୀଙ୍କ ବିରୋଧରେ LJP ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି ।

ମଙ୍ଗଳବାର ଏଲ୍‌ଜିପିର ରାଷ୍ଟ୍ରୀୟ ମହାସଚିବ ଶାହନାୱାଜ ଅହମ୍ମଦ କହିଛନ୍ତି ଯେ, ଚିରାଗ ହିଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ଏଥିରେ କୌଣସି ସନ୍ଦେହ ନାହିଁ । ଏହି କଥା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଏନଡିଏର ସିଟ୍‌ ବଣ୍ଟନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି

ଏନଡିଏରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏଲ୍‌ଜେପି ୪୨ଟି ସିଟ୍ ଦାବି କରିଛି । କିନ୍ତୁ ବିଜେପି-ଜେଡିୟୁ ଦ୍ୱାରା କିଛି ଚୂଡାନ୍ତ ହୋଇନାହିଁ । ନିକଟରେ ଚିରାଗ ପାସୱାନ ଏହି ପ୍ରସଙ୍ଗକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଚିରାଗ ନିର୍ଦ୍ଦିଷ୍ଟ ସମୟରେ ଆସନ ଆବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ ଚିରାଗ ପାସୱାନଙ୍କ ଦଳ ଦାବି କରିଛି ଯେ, ଯଦି ସେମାନେ ସମ୍ମାନଜନକ ଆସନ ନ ପାଆନ୍ତି, ତେବେ ସେମାନେ ନିଜେ ବିହାରରେ 140 ରୁ ଅଧିକ ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି । ସୂଚନାଯୋଗ୍ୟ ଯେ, ଗତ ନିର୍ବାଚନରେ ​​ମଧ୍ୟ LJP 42 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । କିନ୍ତୁ ମାତ୍ର ଦୁଇଟି ଆସନରେ ଜିତିପାରିଥିଲା ।

Leave a Reply