ଏଥର ଲାଲୁ ନୁହଁନ୍ତି, ନୀତିଶଙ୍କ ପ୍ରତିଦ୍ୱନ୍ଦ୍ୱୀ ତେଜସ୍ୱୀ

1 min read
Bihar Assembly Election With Out Lalu Prasad Yadav

ପାଟଣା: ଦିନେ ରାଜ୍ୟ ଚଳାଉଥିଲେ, ଏବେ ମେଡିକାଲ ବେଡରେ । ଗୋଖାଦ୍ୟ ଦୁର୍ନୀତିରେ ସଜ୍ଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ୭୨ ବର୍ଷୀୟ ଲାଲୁ ଏଥରକ ମେଡିକାଲ୍ ବେଡରୁ ଦେଖିବେ ବିଧାନସଭା ନିର୍ବାଚନ ।

Bihar Assembly Election With Out Lalu Prasad Yadav

ବିହାର ନିର୍ବାଚନ ପାଇଁ ଆଜି ବିଦ୍ଧିବଧ ଘୋଷଣା ହେବ । କରୋନା ସଂକ୍ରମଣ ଭିତରେ ଦେଶରେ ପ୍ରଥମ ବିଧାନସବା ନିର୍ବାଚନ ହେବାକୁ ଯାଉଛି । ଯାହା ଉପରେ ରହିଛି ସମସ୍ତହ୍କ ନଜର । ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତଥର କେବଳ ମତଦାନ ନୁହେଁ ବରଂ ରାଜନୈତିକ ଦଳ ଓ ମେଣ୍ଟରେ ବି ବହୁତ କିଛି ବଦଳିଛି । ଯିଏ ଗତ ନିର୍ବାଚନରେ ଏକାଠି ହୋଇ ଲଢ଼ୁଥିଲେ, ଏଥରକ ମୁହାଁମୁହିଁ ହେଉଛନ୍ତି ।

Bihar Assembly Election With Out Lalu Prasad Yadav

  • କରୋନା ସଂକଟରେ ହେଉଥିବା ଏହା ଦେଶର ପ୍ରଥମ ବିଧାନସଭା ନିର୍ବାଚନ । ପ୍ରଚାର ଓ ପ୍ରସାର ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପ୍ଲାଟଫର୍ମରେ ହେବ ।
  • ରାଜନୈତିକ ଦଳ କେବଳ ଛୋଟ ଛୋଟ କାର୍ଯ୍ୟକ୍ରମ କରିପାରିବେ । ଯେଉଁଥିରେ ସର୍ବାଧିକ ୧୦୦ ଲୋକ ସାମିଲ୍ ହେବେ । ଏହା ବାଦ୍ ସହ ଲୋକଙ୍କ ସହ ମିଶିବା ବେଳେ ସାମାଜିକ ଦୂରତା ସହ ଅନ୍ୟ ନିୟମ ପାଳନ କରିବାକୁ ପଡ଼ିବ ।
  • ୨୦୧୫ରେ ହୋଇଥିବା ବିଧାନସବା ନିର୍ବାଚନ ଜନତା ଦଳ (ୟୁନାଇଟେଡ୍) ଓ ରାଷ୍ଟ୍ରୀୟ ଜନତା ଦଳ ଏକାସଙ୍ଗେ ଲଢ଼ିଥିଲେ । ଲାଲୁ-ନୀତିଶଙ୍କ ଯୋଡ଼ି ବିଜେପି ନେତୃତ୍ୱାଧୀନ ଏନଡିଏକୁ ହରାଇଥିଲା ।
  • ମାତ୍ର ୨ ବର୍ଷ ପରେ ରାଷ୍ଟ୍ରୀୟ ଜନତା ଦଳ ସହ ସମ୍ପର୍କ ଭାଙ୍ଗି ଯାଇଥିଲା । ନୀତିଶ ବିଜେପି ସହ ମିଶି ସରକାର ଗଢ଼ିଥିଲେ । ୨୦୨୦ ନିର୍ବାଚନରେ ବିଜେପି-ଜେଡିୟୁ ବନାମ ଆରଜେଡି-କଂଗ୍ରେସ ମଧ୍ୟରେ ମୁକାବିଲା ହେବ ।
  • ୨୦୧୫ରେ ମହାମେଣ୍ଟ ସହ ଥିବା ଜିତେନ୍ଦ୍ର ସିଂହ ଚଳିତଥର ଏନଡିଏରେ ମିଶିଛନ୍ତି । ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଉପେନ୍ଦ୍ର କୁଶବାହା ଗତ ନିର୍ବାଚନରେ ଏନଡିଏ ସହ ଥିଲେ । ଚଳିତଥର ସେ ମହାମେଣ୍ଟ ସହ ଅଛନ୍ତି ।
  • ମହାମେଣ୍ଟରେ ଏଥରକ ଆରଜେଡି, କଂଗ୍ରେସ, ବାମଦଳ, ଆରଏଲଏସପି ସମେତ ଅନେକ ଛୋଟ ଦଳ ଅଛନ୍ତି । ଆରଜେଡି ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିଛି । ୨୦୧୫ ନିର୍ବାଚନ ଜିତିବା ପରେ ତେଜସ୍ୱୀ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
  • ୨୦୧୫ରେ ବିହାରରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । କିନ୍ତୁ, ଚଳିତଥର କରୋନା ପାଇଁ ମତଦାନ କମ୍ ପର୍ଯ୍ୟାୟରେ ହୋଇପାରେ । ଏପରି ହେଲେ ଭୋଟ୍ ପ୍ରତିଶତ ଉପରେ ଏହାର ପ୍ରଭାବ ପଡ଼ିବ ।
  • ରାଜନୈତିକ ହିସାବରେ ଦେଖିଲେ ଏଥରକ ନିର୍ବାଚନରେ ଲାଲୁ ପ୍ରସାଦ ଯାଦବ ନଜର ଆସିବେ ନାହିଁ । ସେ ରୋଗାକ୍ରାନ୍ତ ଅଛନ୍ତି । ଜେଲରେ ଅଛନ୍ତି । ତାଙ୍କୁ ନିର୍ବାଚନରେ ଦେଖିବାକୁ ମିଳିବ ନାହିଁ । ଏପରିକି ଆରଜେଡି ପୋଷ୍ଟରରୁ ଲାଲୁଙ୍କ ଫଟୋକୁ ହଟାଇ ଦିଆଯାଇଛି । ପ୍ରାୟ ୪୦ ବର୍ଷ ପରେ ବିହାର ବିଧାନସବା ନିର୍ବାଚନରେ ଲାଲୁଙ୍କୁ ଦେଖିବାକୁ ମିଳିବ ନାହିଁ ।

Leave a Reply