କରୋନା ଭ୍ୟାକ୍ସିନ ଆସିବା ପୂର୍ବରୁ ଏହାକୁ ନେଇ ବିଜେପି କଲା ରାଜନୀତି…ଜାଣନ୍ତୁ କେମିତି..

2 min read

ପାଟନା: କରୋନା ମହାମାରୀ । ସମଗ୍ର ମାନବଜାତି ପାଇଁ ସାମ୍ପ୍ରତିକ ସମୟରେ ସବୁଠୁ ବଡ଼ ଆହ୍ୱାନ । ଏହାର ପ୍ରତିଷେଧକ ଟୀକା ଏ ପର୍ଯ୍ୟନ୍ତ ବାହାରି ନାହିଁ । ବିଶ୍ୱର ସମସ୍ତ ବିକାଶଶୀଳ ଦେଶ  ଭ୍ୟାକସିନ୍ ପ୍ରସ୍ତୁତିରେ ମନୋନିବେଶ କରିଛନ୍ତି । ଅନୁରୂପଭାବେ ଭାରତରେ ମଧ୍ୟ ଭ୍ୟାକସିନ୍ ପ୍ରସ୍ତୁତି ପାଇଁ ଉଦ୍ୟମ ଜାରି ରହିଛି ।

କରୋନା ଭୂତାଣୁ ମନୁଷ୍ୟକୁ ସଂକ୍ରମିତ କରିବାରେ କୌଣସି ବାଛବିଚାର କରୁନାହିଁ । ସାଲିଆ ସାହି ଝୁପୁଡ଼ିର ସାଧାରଣ ନାଗରିକଟିଏ କରୋନା ଭୂତାଣୁର ଶୀକାର ହେଉଛି । ଅନୁରୂପ ଭାବେ ଚାକଚକ୍ୟରେ ରହୁଥିବା ଆମେରିକାର ରାଷ୍ଟ୍ରପଚି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି । ତେଣୁ କରୋନା ପ୍ରତିଷେଧକ ଧନୀ,ଗରିବ, ରଙ୍ଗ, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସଞ୍ଜୀବନୀ ସଦୃଶ । ହେଲେ ଏହାକୁ ଯଦି କେବଳ ବିହାରରେ ସୀମିତ କରାଯାଏ, ତେବେ ତ ଅସୁବିଧା ।

ହଁ ପାଠକ ବନ୍ଧୁ । ବିହାର ନିର୍ବାଚନର ୬ ଦିନ ପୂର୍ବରୁ ଜେଡିୟୁ ସହ ମିଳିତ କ୍ଷମତାରେ ଥିବା ଭାଜପା ଇସ୍ତାହାର ଘୋଷଣା କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉନ୍ମୋଚନ କରିଛନ୍ତି । ବିହାରରେ ଯଦି ବିଜେପି ସରକାର କରେ, ତେବେ ସମସ୍ତ ବିହାର ଜନସାଧାରଣଙ୍କୁ ମାଗଣା କୋଭିଡ଼ ଟୀକା ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି । ହେଲେ ପ୍ରତିଷେଧକ ବାହାରି ନ ଥିବା ବେଳେ କୌଣସି ରାଜ୍ୟର ନିର୍ବାଚନୀ ଇସ୍ତାହାରରେ ଏପରି ଘୋଷଣାକୁ ବିରୋଧୀ ନାପସନ୍ଦ କରିଛନ୍ତି ।

Anurag- Sitaraman

ବିଜେପି ବିପତ୍ତିରୁ ରାଜନୈତିକ ଫାଇଦା ଉଠାଇବାକୁ ଚାହୁଁଥିବା ଏକାଧିକ ବିରୋଧୀ ଦଳ, ନେତା ଅଭିଯୋଗ କରିଛନ୍ତି । କଂଗ୍ରେସ ନେତା ଶଶୀ ଥରୁର ଟୁଇଟ୍ କରି କହିଛନ୍ତି ଯେ, ତୁମେ ମତେ  ଭୋଟ ଦିଅ, ମୁଁ ଭ୍ୟାକ୍ସିନ ଦେବି । ଏହା ଏକ କୁଟୀଳ ଏବଂ ଭୟ ସୃଷ୍ଟି କରୁଥିବା ମନ୍ତବ୍ୟ । ତାଙ୍କୁ(ନିର୍ମଳା)  ଏବଂ ତାଙ୍କର ଲଜ୍ଜାହୀନ ଦଳକୁ ନିର୍ବାଚନ କମିଶନ ପଚାରିବେ କି? ବୋଲି ଥରୁର୍ ମନ୍ତବ୍ୟ ଦେଇଛନ୍ତି ।

ସେହିପରି ଆମ ଆଦମୀ ପାର୍ଟି(ଆପ୍) ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ । ସେଠାରେ କ’ଣ ହେବ । ଯିଏ କ’ଣ ବିଜେପିକୁ ଭୋଟ ଦେବନି । ସେ କ’ଣ କରୋନା ପ୍ରତିଷେଧକ ଟୀକା ପାଇବନି କି ବୋଲି ଦଳ ପକ୍ଷରୁ ପ୍ରଶ୍ନ ପଚରାଯାଇଛି ।

ସେହିପରି ସାକେତ ଗୋଖେଲ ନାମକ ଜଣେ ସାମାଜିକ କର୍ମୀ ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହିପରି ଘୋଷଣା କରି କେନ୍ଦ୍ର ସରକାର ନିଜ କ୍ଷମତା ଏବଂ ଶାସନତନ୍ତ୍ରର ଅପପ୍ରୟୋଗ କରିଛନ୍ତି ବୋଲି ସାକେତ ଅଭିଯୋଗ କରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ସମ୍ପର୍କରେ ହିଁ ଘୋଷଣା କରାଯାଇପାରିବ । କାରଣ ପ୍ରତିଟି ନାଗରିକର କରୋନା ପ୍ରତିଷେଧକ ଉପରେ ଅଧିକାର ରହିଛି । କେତେକ ନିର୍ଦ୍ଦିଷ୍ଟ ବର୍ଗ, ରାଜ୍ୟ, ଅଞ୍ଚଳ ଭିତ୍ତିରେ ଏହାର ପ୍ରଦାନ ନେଇ ଘୋଷଣା କରାଯିବ ଅନୁଚିତ ବୋଲି ସାକେତ ମତ ରଖିଛନ୍ତି ।

Leave a Reply