ମୋତେ ଦେଶଦ୍ରୋହୀ କହିଲେ ବିଜେପିରେ ସାମିଲ ହୋଇଯିବି,ଏମିତି କାହିଁକି କହିଲେ କହ୍ନେୟା

1 min read

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଅକ୍ଟୋବର ୨୮ରେ ହେବାକୁ ଯାଉଛି । ନିର୍ବାଚନକୁ ଓହ୍ଲାଇଥିବା ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେମାନଙ୍କ ବିରୋଧୀ ଦଳକୁ ଟାର୍ଗେଟ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ମଧ୍ୟ ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି ।

ସୋମବାର ଦିନ ସେ ବିଜେପିକୁ ଟାର୍ଗେଟ କରିଥିଲେ । କହ୍ନେୟା କହିଛନ୍ତି ଯେ ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧେୟା କଂଗ୍ରେସରେ ଥିଲେ, ତାଙ୍କୁ ଜଣେ ଖରାପ ବ୍ୟକ୍ତି କୁହାଯାଉଥିଲା । ଆଉ ଯେତେବେଳେ ସେ ବିଜେପି ଗଲେ ସେତେବେଳେ ସେ ପୂରା ଶୁଦ୍ଧ ହୋଇଗଲେ। ଆମେ ମଧ୍ୟ କହି ଦେଇଛୁ… ଯଦି ବେଶୀ ଦେଶଦ୍ରୋହୀ, ଦେଶଦ୍ରୋହୀ କହିବ ତାହାଲେ ଆମେ ମଧ୍ୟ ବିଜେପିକୁ ଚାଲିଯିବୁ । ତା’ପରେ ମୋ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗ ମଧ୍ୟ ଧୋଇଯିବ । ଆଉ ମୁଁ ଶୁଦ୍ଧ ହୋଇଯିବି ।

କହ୍ନେୟା କହିଛନ୍ତି, ‘ଆଜି ମୋତେ ଦେଶଦ୍ରୋହୀ-ଦେଶଦ୍ରୋହୀ କହି କଳଙ୍କିତ କରାଯାଉଛି, କିନ୍ତୁ ଯଦି ମୁଁ ଆଜି ବିଜେପିରେ ସାମିଲ ହୋଇଯିବି, ତେବେ ମୋ ଉପରେ ଲାଗିଥିବା ସବୁ ଅଭିଯୋଗ ଧୋଇଯିବ ।’ କହ୍ନେୟା କୁମାର କାହା ନାଁ ନନେଇ ଏମିତି କହି LJP କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଏନଡିଏରେ ଦୁଇଟି ମିଳିତ ମେଣ୍ଟ ଚାଲିଛି । ଗୋଟିଏ ପ୍ରତ୍ୟକ୍ଷ ଭାବେ ଏବଂ ଗୋଟିଏ ପରୋକ୍ଷ ଭାବରେ ।

ସୂଚନା ଅନୁସାରେ, କହ୍ନେୟା କୁମାର ସୋମବାର ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରିବାବେଳେ ଏମିତି କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ବିହାରରେ ଇଭିଏମ୍ ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ହିଁ ହ୍ୟାକ୍ କରାଯାଉଛି । ତେଣୁ ଲୋକମାନଙ୍କୁ ବିଶେଷ ସତର୍କ ରହିବା ଆବଶ୍ୟକତା ଅଛି । ସରଳ ଭାବରେ କହିବାକୁ ଗଲେ କହ୍ନେୟା କହିଛନ୍ତି ଯେ, ଗତ ନିର୍ବାଚନରେ ​​ଲୋକମାନେ ବିଜେପି ବିରୋଧରେ ଭୋଟ୍ ଦେଇଥିଲେ ଏବଂ ନୀତୀଶ କୁମାରଙ୍କ ସରକାର ହୋଇଥିଲା, କିନ୍ତୁ କିଛି ମାସ ପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ହିଁ ହ୍ୟାକ୍ କରିଛି । ପରିଣାମ ସ୍ୱରୂପ ଜନସାଧାରଣ ଠକାମୀରେ ପଡ଼ିଲେ । ବିଜେପି ଉପରେ ଅଭିଯୋଗ କରି କହ୍ନେୟା କହିଛନ୍ତି ଯେ, ‘ବର୍ତ୍ତମାନ ଜନସାଧାରଣ ବୁଝି ଯାଇଛନ୍ତି । ଜନସାଧାରଣ ବିକାଶ ପାଇଁ ଭୋଟ୍ ଦେବେ ଠକ ଲୋକଙ୍କ ଠକାମୀରେ ରେ ନୁହେଁ ।

Leave a Reply