ଉପନିର୍ବାଚନରେ ୟେଦିଙ୍କୁ ଆଶ୍ୱସ୍ତି, ୧୫ ଆସନରୁ ୧୨ଟିରେ ବିଜେପିର ବାଜିମାତ୍

1 min read

ବେଙ୍ଗଳୁରୁ: ସଫଳ ହେଲା ବିଜେପି । କର୍ଣ୍ଣାଟକରେ ହୋଇଥିବା ଉପନିର୍ବାଚନରେ ବିଜେପିର ବଡ଼ ବିଜୟ । ଗଡ଼ ରକ୍ଷା କରିବାରେ ସମର୍ଥ ହୋଇଛନ୍ତି ବିଏସ୍. ୟେଦିୟୁରପ୍ପା । ୧୫ ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ କଂଗ୍ରେସ-ଜେଡିଏସକୁ କଡ଼ା ଟକ୍କର ଦେଇଛନ୍ତି । ୧୨ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ପୁଣି ବହୁମତ ହାସଲ କରିବାରେ ଦଳ ସକ୍ଷମ ହୋଇଛି । ବିଜେପି ପାଖରେ ଏବେ ୧୦୫ ବିଧାୟକଙ୍କ ସହ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ବହୁମତ ପାଇଁ ଦଳକୁ ଆଉ ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା । ଉପନିର୍ବାଚନରେ ଏହି ବିଜୟ ଦଳକୁ ସ୍ଥିର ସରକାର ସହ ୟେଦିୟୁରପ୍ପାଙ୍କ ଗାଦିକୁ ସୁରକ୍ଷା ଦେଇଛି ।

କଂଗ୍ରେସ ପ୍ରାର୍ଥୀ ୨ଟି ଆସନରେ ବିଜୟ ଲାଭ କରିଛନ୍ତି । ଦଳୀୟ କର୍ମୀ ବିଜୟ ଉତ୍ସବ ମନାଇଛନ୍ତି । ଉପନିର୍ବାଚନ ହୋଇଥିବା ୧୫ ଆସନ ମଧ୍ୟରୁ ୧୨ଟି ପୂର୍ବରୁ କଂଗ୍ରେସ ପାଖରେ ଥିଲା । ଏହା ଏବେ ବିଜେପି ଖାତାକୁ ଚାଲିଆସିଛି । ଜନମତକୁ ସମ୍ମାନ ଦେଇ ବିରୋଧୀ ଦଳ ପଦନେତାରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ସିଦ୍ଧରମୈୟା ।

https://nandighoshatv.comkarnataka-by-election-counting-today-yediyurappa-faces-big-test/

Leave a Reply