ପୋଲିସକୁ ବଡ଼ ସଫଳତା, ସର୍ଚ୍ଚ ଅପରେସନ ବେଳେ ବ୍ୟାପକ ଗୋଳବାରୁଦ-ମାଓ ସାମଗ୍ରୀ ଜବତ

Fire Exchange Between SOG And Maoist, Four Naxal Dead Belghar

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ବ୍ୟାପକ ଗୋଳବାରୁଦ ଓ ମାଓ ସାମଗ୍ରୀ ଜବତ । ମାଲକାନଗିରି ପୋଲିସ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ସର୍ଚ୍ଚ ବେଳେ ଆନ୍ଧ୍ର ଓ ଓଡିଶା ସୀମାନ୍ତର ଜଙ୍ଗଲ ମଧ୍ୟରେ ବମ୍‌ ଲୁଚାଯାଇଥିବା ସୁରାଗ ମିଳିଥିଲା । ପରେ ଘଟଣାସ୍ଥଳରୁ ୨ଟି ଆଇଡି, ୨୦ କେଜି ତାର, ୫୦ଟି ଡେଟୋନେଟର, ୭୦ଟି ଆଲୁମିନା ଡେଟୋନେଟର ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି ।

ଅନ୍ୟପଟେ ସ୍ୱାଭିମାନ ଇଲାକାରେ ପୁଣି ଲାଲ୍ ବାହିନୀ ରାଜ୍ । ପୋଲିସ୍ ଇନଫର୍ମର ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ଗାଁରୁ ତଡିଦେଲେ ମାଓବାଦୀ । ଯନ୍ତ୍ରୀ ପଞ୍ଚାୟତ ସନ୍ୟାସିଗୁଡା ଗାଁର ମନୁ ଗୋଲରୀ, ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ବାହାର କରିଦେଇଛନ୍ତି ମାଓବାଦୀ । ଗତ ୨୬ ତାରିଖରେ ତୋଟାଗୁଡ଼ା ଏନକାଉଣ୍ଟର ପାଇଁ ମନୁ ଗୋଲରିଙ୍କୁ ଦାୟୀ କରିଛି ମାଓ ସଂଗଠନ ।

ପ୍ରଜା କୋର୍ଟରେ ବିଚାର ପରେ ମନୁଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ସେ ଏବେ ନିଜ ପରିବାର ସହିତ ନାକାମାମୁଡ଼ି ପଞ୍ଚାୟତରେ ଆଶ୍ରୟ ନେଇଛନ୍ତି । ପରିବାରର ପ୍ରତିପୋଷଣ ପାଇଁ ପ୍ରଶାସନର ସହଯୋଗ ସାହଯ୍ୟ କରିବାକୁ ଅନୁରୋଧ କରିଛନ୍ତି ମନୁ ଗୋଲରୀ ।

Leave a Reply