ବିଦ୍ୟାଶ୍ରୀ-ଚିନ୍ମୟୀ ମୁହାଁମୁହିଁ, ଉଭୟଙ୍କ ପକ୍ଷରୁ ଥାନାରେ ମାମଲା

ଭୁବନେଶ୍ୱର: ଚିନ୍ମୟୀଙ୍କ ଏତଲା ପରେ କାଉଣ୍ଟର କରିଛନ୍ତି ବିଦ୍ୟାଶ୍ରୀ । କହିଛନ୍ତି, ମୋ ସ୍ୱାମୀଙ୍କୁ ବ୍ଲାକମେଲ କରୁଥିଲେ ଚିନ୍ମୟୀ । ମୁଁ କାହାକୁ ସାଇକୋ ଲେଡି କହିନି ବୋଲି କହିଛନ୍ତି ମୃତ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚିନ୍ମୟୀ ମୋତେ ବାରମ୍ବାର ଧମକ ଦେଉଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ଓ ଫୋନ୍ କରି ମୋ ସ୍ୱାମୀଙ୍କୁ ଧମକ ଦେଉଥିଲେ । ପୂରା ଘଟଣାର ତଦନ୍ତ ହେବା ଦରକାର ।

ମୋ ଚରିତ୍ରକୁ ନେଇ ଚିନ୍ମୟୀ ଅନେକ କଥା କହିଛନ୍ତି ତାଙ୍କ ନାଁରେ ମୁଁ ଥାନାରେ ମାମଲା ରୁଜୁ କରିଛି ବୋଲି କହିଛନ୍ତି ବିଦ୍ୟାଶ୍ରୀ । ବ୍ଲାକମେଲ ପ୍ରସଙ୍ଗରେ ବିଦ୍ୟାଶ୍ରୀ କହିଛନ୍ତି, ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ ଫୋନ ନାହିଁ, ପୋଲିସ ସିଜ୍ କରିଛି । ଏଣୁ ସେ କାହିଁକି ଚିନ୍ମୟୀଙ୍କୁ ଫୋନ କରି ବ୍ଲାକ ମେଲ୍ କଥା କହିବେ ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ବିଦ୍ୟାଶ୍ରୀ ।

ବାହଘର ନିର୍ବନ୍ଧ ବେଳକୁ ଯିଏଁ ବ୍ଲାକମେଲ କରୁଥିଲେ, ସେ ହଠାତ୍ ଚୁପ୍ କେମିତି ବସିପଡ଼ିଲେ ବୋଲି ବିଦ୍ୟାଶ୍ରୀ ପ୍ରଶ୍ନ କରିଛନ୍ତି । ତେବେ ମାମଲାର ସଠିକ୍ ତଦନ୍ତ ହେଲେ ପ୍ରକୃତ ହତ୍ୟାକାରୀର ଚେହେରା ସାମନାକୁ ଆସିବ ବୋଲି ବିଦ୍ୟାଶ୍ରୀ କହିଛନ୍ତି ।

Leave a Reply