ଡୋନାଲ୍‌ଡ ଟ୍ରମ୍ପଙ୍କ ହାତରୁ ଖସୁଛି ବାଜି: ବହୁମତ ଆଡକୁ ମୁହାଁଉଛନ୍ତି ଜୋ ବିଡେନ୍

ଓ୍ୱାସିଂଟନ: ଆଉ ମାତ୍ର କିଛି ସମୟର ଅପେକ୍ଷା, ଆମେରିକାରେ ଘୋଷଣା ହେବେ ନୂଆ ରାଷ୍ଟ୍ରପତି । ବହୁମତ ଆଡକୁ ମୁହାଁଉଛନ୍ତି ଜୋ ବିଡେନ୍ । ଡୋନାଲ୍‌ଡ ଟ୍ରମ୍ପଙ୍କ ହାତରୁ ଖସୁଛି ବାଜି । ଆମେରିକାରେ ମୋଟ୍ ଆସନ ସଂଖ୍ୟା ୫୩୮ ଥିବା ବେଳେ ମ୍ୟାଜିକ୍ ନମ୍ବର ୨୭୦ ରହିଛି । ୨୬୪ ଇଲେକ୍ଟୋରାଲ ଭୋଟ୍ ସହିତ ବହୁମତଠାରୁ ମାତ୍ର ୬ପାଦ ଦୂରରେ ଅଛନ୍ତି ବିଡେନ୍‌ ।

ସେପଟେ ଟ୍ରମ୍ପଙ୍କ ଖାତାରେ ୨୧୪ ଆସନ ରହିଛି । ନେବାଦା, ପେନ୍‌ସିଲଭେନିଆରେ ଗଣତି ଚାଲିଛି । ଏଠାରେ ଫଳାଫଳ ନିର୍ଣ୍ଣାୟକ ପ୍ରମାଣିତ ହୋଇପାରେ । ଦିନେରୁ ଅଧିକ ସମୟ ଧରି ଚାଲିଥିବା ଭୋଟ୍ ଗଣତି ପରେ ଏବେ ଧିରେ ଧିରେ ଚିତ୍ର ସ୍ପଷ୍ଟ ହେଉଛି । ଓ୍ବିସକନସିନ୍, ମିଶିଗନ୍ ଭଳି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ବିଡେନ୍ ବାଜିମାତ୍ କରିଛନ୍ତି । ଗତ ନିର୍ବାଚନରେ ଟ୍ରମ୍ପଙ୍କ ଖାତାକୁ ଯାଇଥିଲା ମିଶିଗନ୍ । ସେପଟେ ଓ୍ୱିସ୍‌କନସିନ୍ କେତେକ ସ୍ଥାନରେ ମତଗଣନାରେ ଗଡ଼ବଡ଼ି ନେଇ ଟ୍ରମ୍ପଙ୍କ କ୍ୟାମ୍ପେନ୍ ମ୍ୟାନେଜର ଅଭିଯୋଗ କରିଛନ୍ତି । ସେପଟେ କାଉଣ୍ଟିଂ ଚାଲିଥିବା ବେଳେ ଉଭୟ ବିଡେନ୍ ଓ ଟ୍ରମ୍ପଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି ।

ଗାଙ୍ଗୁଲି, କୋହଲି ଓ ତମନ୍ନାଙ୍କ ପାଇଁ ଅଡୁଆ: ନୋଟିସ ଜାରି କଲା ମାଡ୍ରାସ ହାଇକୋର୍ଟ

ପ୍ୟାରିସ୍ ଆଗ୍ରିମେଣ୍ଟରୁ ଆମେରିକା ବାହାରିଯିବା ନେଇ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି ବିଡେନ୍ । ସମର୍ଥକଙ୍କୁ ବିଜୟ ନେଇ ଭରସା ଦେଇଛନ୍ତି ବିଡେନ୍ । ଏହା ଆମେରିକାବାସୀଙ୍କର ତଥା ଗଣତନ୍ତ୍ରର ବିଜୟ ହେବ ବୋଲି ବିଡେନ୍ ଟ୍ବିଟ୍ କରିଛନ୍ତି । ଏପଟେ ଜୋ ବିଡେନଙ୍କ ପ୍ରତି ବଢୁଥିବା ସମର୍ଥନ ଦେଖି ଏକ ପ୍ରକାର ଛାନିଆ ହୋଇଗଲେଣି ଡୋନାଲ୍ଡ ଟ୍ରମ୍ପ । କ୍ଷମତା ବଞ୍ଚାଇବାକୁ ଆଇନଗତ ଲଢେଇ ପାଇଁ ପ୍ରସ୍ତୁତି କରୁଛନ୍ତି । ଟ୍ରମ୍ପଙ୍କ ପ୍ରଚାର ଟିମ୍ ସଦସ୍ୟ ବାକି ଥିବା ରାଜ୍ୟରେ ମତଗଣନା ରୋକିବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜର୍ଜିଆରେ ବିଳମ୍ବରେ ଆସିଥିବା ୫୩ଜଣ ଭୋଟରଙ୍କୁ ବି ମତଦାନ ପାଇଁ ସୁଯୋଗ ଦିଆଯାଇଥିବା ଟ୍ରମ୍ପଙ୍କ ଟିମ୍ ଅଭିଯୋଗ କରିଛି । ନିର୍ବାଚନ ଅଧିକାରୀ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି । ସେପଟେ କୋର୍ଟରେ ଟ୍ରମ୍ପଙ୍କ ଟିମ୍‌ର ସାମନା କରିବାକୁ ପ୍ରସ୍ତୁତ ଥିବା ବିଡେନ୍‌ଙ୍କ ଲିଗାଲ୍ ଟିମ୍‌ କହିଛି।

Leave a Reply