ଭୁଟାନ ପାଣି ଅଟକାଇ ନଥିଲା,ସାମ୍ନାକୁ ଆସିଲା ସତ

1 min read

ଗୌହାଟି: ନେପାଳ ପରେ ଭୁଟାନ ଭାରତ ବିରୋଧରେ ଛିଡା ହେଲା । ଆସାମକୁ ପାଣି ବନ୍ଦ କଲା । ଏମିତି ଖବର ଗଲା ଦୁଇଦିନ ହେଲା ଆସୁଥିଲା । ତେବେ ସେଇ ଖବର ମିଛ ବୋଲି ଏବେ ଜଣା ପଡିଛି । ପାଣି ବନ୍ଦ ପଛରେ ଭୁଟାନର କୌଣସି ଭୂମିକା ନଥିଲା । ପାଣି ସ୍ରୋତ ରାସ୍ତା ଜାମ ହେବା କାରଣରୁ ଆସାମକୁ ପାଣି ପହଂଚି ପାରୁନଥିଲା ବୋଲି ଭୁଟାନ କହିଛି । ଆସାମ ମୁଖ୍ୟ ଶାସନ ସଚିବ ସଂଜୟ କୃଷ୍ଣା କହିଛନ୍ତି ଯେ, ଭୁଟାନ ପାଣି ବନ୍ଦ କରିଲା ଭଳି କୌଣସି କାମ କରିନାହିଁ ।ଆସାମର ବକ୍ସା ଜିଲ୍ଲାର ଚାଷୀଙ୍କ ଜମିକୁ ଆସୁଥିବା ପାଣିକୁ ଭୁଟାନ ରୋକି ଦେଇଛି ବୋଲି ଅଭିଯୋଗ ହେବା ପରେ ଚାଷୀ ଆନ୍ଦୋଳନ କରିଥିଲେ ।

bhutan

ଭୁଟାନ କ’ଣ କହୁଛି ?

ଭୁଟାନ ପାଣି ରୋକିବା ଖବର ଆସିବା ପରେ ପ୍ରଥମ ଥର ପାଇଁ ସଫେଇ ଦେଇଛି । ଭୁଟାନର ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୋସିଆଲ ମିଡିଆରେ ଜାରି ବୟାନରେ କୁହାଯାଇଛି ଯେ, ପାଣି ଆମେ ରୋକି ନଥିଲୁ । ପାଣି ରାସ୍ତାରେ ମାଟି,ପଥର ଆସିବାରୁ ସ୍ରୋତ ବନ୍ଦ ଥିଲା । ଯାହାକୁ ଏବେ ହଟାଇ ଦିଆଯାଇଛି ।

ନେପାଳ ପରେ ଭୁଟାନ

ନେପାଳ ନୂଆ ରାଜନୈତକି ମ୍ୟାପ୍ ଜାରି କରିବା ପରେ ପରେ ଭୁଟାନ କଥା ଉଠିଥିଲା ।  ଚୀନ୍ ପ୍ରରୋଚନାରେ ପଡି ନେପାଳ ଭାରତ ବିରୋଧୀ ପଦକ୍ଷେପ ନେଉଛି ବୋଲି କୁହାଯାଉଛି । ନେପାଳ ଓ ବାଂଲାଦେଶକୁ ଚୀନ ନିଜ ପଟକୁ ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଭିତରେ ଭୁଟାନ ଖବର ଆସିଥିଲା । ମୋଦି ସରକାର ନିଜ ପଡୋଷୀଙ୍କୁ ଭାରତ ପକ୍ଷରେ ରଖିବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ ।

Leave a Reply