ଭୁବନେଶ୍ୱର ରାଜଭବନ ଅଞ୍ଚଳ ଏବେ ବିପଦ ମୁକ୍ତ: ଅଗ୍ନିଶମ ଡିଜି

1 min read

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ ଘଟଣ । ଭୁବନେଶ୍ୱର ରାଜଭବନ ଅଞ୍ଚଳ ଏବେ ବିପଦ ମୁକ୍ତ ରହିଛି । ପେଟ୍ରୋଲ ପମ୍ପକୁ ନେଇ ଆଉ ବିସ୍ଫୋରଣର ଭୟ ନାହିଁ । ଟ୍ୟାଙ୍କରରେ ଥିବା ସମସ୍ତ ଏଲପିଜି ଗ୍ୟାସକୁ ବାହାର କରିଦିଆଯାଇଛି । ରାତି ତମାମ ଟ୍ୟାଙ୍କରୁ ଗ୍ୟାସକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିଲା । ତେବେ ଏବେ ଟ୍ୟାଙ୍କକୁ ସମ୍ପୁର୍ଣ୍ଣ ଖାଲି କରାଯାଇଛି ଗ୍ୟାସ୍‌ । ବିସ୍ଫୋରଣ ଭୟକୁ ଆଖିଆଗରେ ରଖି ଯୁଦ୍ଧାକାଳୀନ ଭିତ୍ତିରେ କରାଯାଉଛି କାର୍ଯ୍ୟ । ଏଥିରେ କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ, ଏନ୍‌ଡିଆରଏଫ୍‌ ସାମିଲ ରହିଛନ୍ତି । ତେବେ IOCL ପକ୍ଷରୁ ହୋଇଥିଲା ବିଳମ୍ବିତ ରାତିରେ ଗ୍ୟାସ ଖାଲି କରିବା ଅପରେସନ । ଏନେଇ ଟୁଇଟକରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ।

ସୂଚନା ଅନୁଯାୟୀ: ଗତକାଲି ଦିନ ୧ଟା ୮ରେ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ନିଆଁ ଲାଗିଯାଇଥିଲା । ପରେ ୧ଟା ୧୦ରେ ବିସ୍ଫୋରଣ ଘଟିଥିଲା । ଘଟଣାର  ୧୦ ମିନିଟ ଭିତରେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ । ଉଭୟ ପାର୍ଶ୍ୱରେ ଲୋକଙ୍କ ଏତେ ଭିଡ଼ ଜମିଥିଲା ଯେ, ନିୟନ୍ତ୍ରଣ କରିବାକୁ ନାକେଦମ ହେଲା ପୋଲିସ । ୧୦ଟି ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ। ବିସ୍ଫୋରଣ ଶଦ୍ଦ ଏତେ ଜୋର ଥିଲା ଯେ ୧୦ କିଲୋମିଟର ଯାଏ ଶୁଭିଥିଲା ଶବ୍ଦ ।

Leave a Reply