ଭୁବନେଶ୍ୱର ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ନୂଆଗାଁରେ ଗୋଟିଏ ପରିବାରରୁ ୪ଜଣ ସଦସ୍ୟଙ୍କ ସମେତ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି ।

ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ସେପଟେ ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଛି ଆଡଭାଇଜରୀ । ରାଜଧାନୀର ଏକ ଶିଳ୍ପ ପ୍ରତିଷ୍ଠାନରେ ନିୟୋଜିତ ଥିବା ରାଜ୍ୟ ବାହାରର ଶ୍ରମିକଙ୍କ ମଧ୍ୟରୁ ୩୪ଜଣ ପଜିଟିଭ୍‌ ଚିହ୍ନଟ ହେବାପରେ ନିଆଯାଇଛି ପଦକ୍ଷେପ ।

ଏଣିକି ରାଜ୍ୟ ବାହାରର ଶ୍ରମିକଙ୍କୁ ବିଏମ୍‌ସି ଇଲାକାରେ ପ୍ରବେଶ ଉପରେ ଲଗାଯାଇଛି କଟକଣା । ଯେଉଁମାନେ ଆସିଯାଇଛନ୍ତି ସେମାନଙ୍କୁ ୧୪ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଦିଆଯାଇଛି ନିର୍ଦେଶ । ସେହିଭଳି ରାଜ୍ୟର ୫ଟି ହଟ୍‌ସ୍ପଟ୍‌ ଜିଲ୍ଲା ଗଂଜାମ, ଗଜପତି, ବାଲେଶ୍ୱର, କଟକ ଓ ଯାଜପୁର ଆଦିରୁ ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରିବା ଉପରେ ମଧ୍ୟ ଲାଗିଛି କଟକଣା ।

ଏହି କଟକଣା ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେପଟେ କୋଭିଡ କଟକଣା ଭିତରେ ବେଆଇନ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଅଭିଯୋଗରେ ବିଭିନ୍ନ ରାଜନୈତିକ ଦଳ ବିରୋଧରେ ୪ଟି ଥାନାରେ ୫ଟି ମାମଲା ରୁଜୁ କରାଯାଇଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Leave a Reply