ମିଠା ଦୋକାନୀଙ୍କୁ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସହ ବାପା ଓ ସ୍ତ୍ରୀକୁ ଗିରଫ କଲା ପୋଲିସ

1 min read

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁର ଜମ୍ଭୁ ସାହୁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦିଲୁ ବେହେରା ଗିରଫ । ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଦିଲୁ ବେହେରାଙ୍କ ବାପା ଓ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗତକାଲି ସୁପାରିକିଲର ରାଜା ବେହେରା SDJM କୋର୍ଟରେ ଆତ୍ମସମର୍ପଣ କରିଥିଲା । ତେବେ ଆଜି ମୁଖ୍ୟ ଅଭିଯୁକ୍ତ ଦିଲୁ ସାହୁକୁ ଗିରଫ କରାଯାଇଛି ।

ଗତ ୪ ତାରିଖରେ ମିଠା ବ୍ୟବସାୟକୁ କେନ୍ଦ୍ର କରି କପିଳପ୍ରସାଦରେ ଛକରେ ଘଟିଥିଲା ହତ୍ୟାକାଣ୍ଡ । ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ଦୁଇ ଦୁବୃର୍ତ୍ତ ପ୍ରଭାକର ସାହୁ ଓରଫ ଜମ୍ବୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏଥିରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିଲା । ଏହି ଲୋମଟାଙ୍କୁରା ଦୃଶ୍ୟ ସିସିଟିଭରେ କଏଦ୍ ହୋଇଥିଲା । ହତ୍ୟା ପଛରେ ଦିଲୁ ବେହେରାର ହାତ ଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ସିସିଟିଭି ଭିଜୁଆଲ ଏବଂ ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ଲିଙ୍ଗରାଜ ଥାନା ପୋଲିସ ଏବଂ ଆଜି ମୁଖ୍ୟ ଅଭିଯୁକ୍ତ ଦିଲୁ ବେହେରା ଗିରଫ ହେବା ସହ ଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ତାଙ୍କ ବାପା ଏବଂ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

Leave a Reply