ରାଜଧାନୀରେ ଚର୍ଚ୍ଚା, କେନାଲରୁ ମାଛ ଧରୁଥିବା ବେଳେ ଜାଲରେ ପଡ଼ିଲା ପୁଳା ପୁଳା ଟଙ୍କା !

Bhubaneswar News, Bundle Of Notes Found From Canal Side.

ଭୁବନେଶ୍ୱର: କେନାଲ ବନ୍ଧରୁ ମିଳିଲା ପୁଳା ପୁଳା ଟଙ୍କା । ଜଣେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ପ୍ରତ୍ୟେକ ଦିନ ସେହି କେନାଲ ବନ୍ଧକୁ ଯାଆନ୍ତି, ହେଲେ ଗୋଟିଏ ଦିନ ଅଚାନକ ତାଙ୍କ ଜାଲରେ ମାଛ ବଦଳରେ ପଡ଼ିଲା ଏକ ବଡ଼ ବ୍ୟାଗ୍ । ଆଉ ସେହି ବ୍ୟଗ୍‌ରେ ଥିଲା ପୁଳା ପୁଳା ଟଙ୍କା ।‌ Canal Currency  କଥାରେ ଅଛି ଯାହା ଭାଗ୍ୟରେ ଥିବ ତାହା କେହି ଛଡ଼ାଇ ନେଇପାରିବେ ନାହିଁ । ଆଉ ଯାହା ଭାଗ୍ୟରେ ନଥିବ ତାକୁ ଯେତେ ଚେଷ୍ଟା କଲେ ବି ପାଇ ହେବ ନାହିଁ । ଆଉ ଯାହା ତମ ଭାଗ୍ୟରେ ପାଇବାକୁ ନାହିଁ ତାହା ହାତ ପାହାନ୍ତାରେ ଥିଲେ ମଧ୍ୟ ଆଖି ପିଛୁଳାକେ ଖସିଯିବ ।

ଠିକ୍‌ ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଭୁବନେଶ୍ୱର ବ୍ଲକ ଅଧିନସ୍ଥ ମରିଚିଆ ଗ୍ରାମରେ । ଏହି ଗାଁର ତ୍ରିଲୋଚନ ରାଉତ ନାମକ ଜଣେ ମତ୍ସ୍ୟଜୀବୀ ସବୁଦିନ ପରି ପୁରୀ ମୁଖ୍ୟ କେନାଲର ମରିଚିଆ ସାଇଫନ ଛକକୁ ମାଛ ମାରିବା ପାଇଁ ଆସିଥିଲେ । ବୁଧବାର ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ମାଛ ବଦଳରେ ଏକ ବିରାଟକାୟ ବ୍ୟାଗ୍‌ ଲାଗିଥିଲା ।

Canal Currency

ତେବେ ସେ କୂଳକୁ ବ୍ୟାଗ୍‌ଟିକୁ ଆଣି ଦେଖନ୍ତି, ସେ ବ୍ୟାଗରେ ବିଡ଼ା ବିଡ଼ା ଟଙ୍କା ଅଛି । ସବୁଠାରୁ ବଡ଼ କଥା ହେଲା ଏତେ ଟଙ୍କା ପାଇମଧ୍ୟ ତାଙ୍କ ମନରେ ଟିକେ ବି ଖୁସି ନଥିଲା । କାରଣ ସେହି ସବୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଥିଲା । ଆଉ ନୋଟ୍‌ ଗୁଡ଼ିକ ସବୁ ପୁରୁଣା ଟଙ୍କା ଥିଲା । ଏଥିପାଇଁ କୁହାଯାଏ ଯେ, ଯାହା ଭାଗ୍ୟରେ ନଥିବା ତହା ହାତ ପାହାନ୍ତାରେ ଥିଲେ ବି ହାତକୁ ଆସିବନି ।

Canal Currency

କେନାଲରୁ ଟଙ୍କା ବ୍ୟାଗ୍‌ ମିଳିଥିବା ଖବର ଚାରିଆଡ଼େ ଦ୍ରୁତ ବେଗରେ ବ୍ୟାପିଯାଇଥିଲା । ଆଉ ଲୋକମାନେ ଧାଇଁ ଆସିଥିଲେ ଏହି ଟଙ୍କା ବ୍ୟାଗ୍‌ ଦେଖିବାକୁ । ମାତ୍ର କେଇ ମୂହୁର୍ତ୍ତକ ମଧ୍ୟରେ ସେଠାରେ ଜମିଥିଲା ଲୋକଙ୍କ ଭିଡ଼ ।

Canal Currency

ଏତେ ପରିମାଣର ପୁରୁଣା ଟଙ୍କାକୁ କିଏ ରଖିଥିଲା ଲୁଚାଇ ? କେଉଁଠୁ ଆସିଲା ଏହି ଟଙ୍କା ? ଏହା ନିଶ୍ଚିତ ଭାବେ କାହାର କଳା ଧନ ହୋଇଥିବ ! ଏଭଳି ନାନା ପ୍ରଶ୍ନ ଉଙ୍କି ମାରିଲା ଗାଁ ଲୋକଙ୍କ ମନରେ । ବ୍ୟାଗ୍‌ରୁ ମିଳିଥିବା ଟଙ୍କା ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Leave a Reply