ସର୍ତ୍ତମୂଳକ ଭାବେ ଖୋଲିଲା ମାର୍କେଟ୍‌ ବିଲ୍ଡିଂ, ଭୁଲ୍‌ କଲେ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ…

1 min read
Odisha Lock Down. Bhubaneswar Unit 2 Market Building reopened From Today

ଭୁବନେଶ୍ୱର: ଖୋଲିଲା ମାର୍କେଟ୍‌ ବିଲ୍ଡିଂ । ରଜ ପୂର୍ବରୁ ସିଲ୍‌ ହୋଇଥିବା ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍‌ ବିଲ୍ଡିଂ ବୁଧବାରଠାରୁ ଖୋଲାଯାଇଛି ।‌ ବିଭିନ୍ନ ସର୍ତ୍ତ ରଖି ବିଏମ୍‌ସି ପକ୍ଷରୁ ମାର୍କେଟ୍‌ ବିଲ୍ଡିଂ ଖୋଲିବାକୁ ଅନୁମତି ଦିଆଯାଇଛି ।

ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଏସ୍‌ଓପିକୁ ମାନିବେ ବୋଲି ମାର୍କେଟ୍‌ ବିଲ୍ଡିଂ ସଂଘ ସହମତି ପ୍ରକାଶ କରିବା ପରେ ଏହି ଅନୁମତି ଦିଆଯାଇଛି ।

ବିଏମ୍‌ସିର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିଠାରୁ ସର୍ତ୍ତମୁଳକ ଭାବେ ମାର୍କେଟ ବିଲଡିଂ ଖୋଲାଯାଇଛି । ବିଏମସିର ନିୟମ ପାଳନ ନ କଲେ ତିନୋଟି ପର୍ଯ୍ୟାୟରେ ଦୋକାନ ବନ୍ଦ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି ।

୧- ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ନ ରଖିଲେ ଦୋକାନ ସିଲ୍‌ ହେବ ।
୨- ଦୋକାନୀ ମାନଙ୍କର ଟ୍ରେଡ୍‌ ଲାଇସେନ୍ସ ରଦ୍ଦ ହୋଇପାରେ ।
୩- ଦୋକାନୀ ମାନଙ୍କ ଲାଇସେନ୍‌ସକୁ ସମ୍ପୂର୍ଣ୍ଣ ବାତିଲ କରାଯିବ ।
ତେବେ ଏନେଇ ଅତିରିକ୍ତ ବିଏମ୍‌ସି କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରଜ ପର୍ବକୁ ଦୃଷ୍ଟିରେ ରଖି ଗତ ଶୁକ୍ରବାର ମାର୍କେଟ ବିଲ୍ଡିଂ ଖୋଲିବା ପାଇଁ ଅନୁମତି ଦେଇଥିଲା ବିଏମ୍‌ସି । କିନ୍ତୁ ମାର୍କେଟ୍‌ ବିଲ୍ଡିଂ ଖୋଲୁ ଖୋଲୁ ସେଠାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ନିୟମକୁ ସମସ୍ତେ ଭାଙ୍ଗିଥିଲେ । ଏହି କାରଣରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଅଧିକ ଥିବାରୁ ମାର୍କେଟ୍‌ ବିଲ୍ଡିଂକୁ ତୁରନ୍ତ ସିଲ୍‌ କରିବା ପାଇଁ ବିଏମ୍‌ସି ନିର୍ଦ୍ଦେଶ ଦେଇଥିଲା । ଏହା ପରେ ମାର୍କେଟ୍‌ ବିଲ୍ଡିଂକୁ ସିଲ୍‌ କରାଯାଇଥିଲା ।

Leave a Reply