ପ୍ରିୟଙ୍କା: ପଢନ୍ତୁ ଓଡ଼ିଶାର ପ୍ରଥମ ଡେଲିଭେରୀ ଗର୍ଲଙ୍କ ମନକଥା

1 min read

ହ୍ୟାଲୋ…ଗୁଡ୍ ମର୍ଣ୍ଣିଂ । ଆପଣଙ୍କ ପାର୍ସଲ ଅଛି । ଆପଣଙ୍କ ଘର ବାହାରେ ମୁଁ ଛିଡା ହୋଇଛି …

BHUBANESWAR DELIVERY GIRL

ଇ-କମର୍ସରୁ ପାର୍ସଲ ଆସିଲେ ଡେଲିଭରି ବୟଙ୍କ ଏଭଳି କଥା ତ ଆପଣ ଶୁଣିଥିବେ । କିନ୍ତୁ ଭୁବନେଶ୍ୱର ରସୁଲଗଡ ଅଞ୍ଚଳରେ ଏବେ ଏହି କଥା ପ୍ରିୟଙ୍କାଙ୍କ ସ୍ୱରରେ ଶୁଭୁଛି । ଡେଲିଭରି ବୟର ଟ୍ରେଣ୍ଡକୁ ବଦଳାଇ ନୂଆ ଟ୍ରେଣ୍ଡ କରିଛନ୍ତି ପ୍ରିୟଙ୍କା । ଏବେ ସେ ଡେଲିଭରି ଗାର୍ଲ ଭାବେ ବେଶ ପରିଚିତ ।

BHUBANESWAR DELIVERY GIRL

 

ପ୍ରିୟଙ୍କାଙ୍କ ଘର ଢେଙ୍କାନାଳରେ । ଭୁବନେଶ୍ୱରରେ ଫ୍ଲିପକାର୍ଟରେ ଡେଲିଭରି ଗାର୍ଲ ଭାବେ ଏବେ କାମ କରୁଛନ୍ତି ପ୍ରିୟଙ୍କା । ରାତି ପାହିଲେ ଗୋଟିଏ ଘରରୁ ଆଉ ଗୋଟେ ଘର ବୁଲି ପାର୍ସଲ ଦେଉଛନ୍ତି । ଜୀବନ ଜିଇଁବା ପାଇଁ ସଂଗ୍ରାମ ଚଲାଇଛନ୍ତି ପ୍ରିୟଙ୍କା । ପେଟ ପୋଷିବା ପାଇଁ ବିବାହ ପରେ ଘରର ଏରୁଣ୍ଡି ବନ୍ଧ ଡେଇଁଛନ୍ତି ପ୍ରିୟଙ୍କା । ପରିବାର ଚଳାଇବା ପାଇଁ ସ୍ୱାମୀ ସହ ତାଳ ମିଶାଇ ଏହି କାମରେ ଲାଗିପଡିଛନ୍ତି ପ୍ରିୟଙ୍କା ।

ହସୁଥିବା ଏହି ଚେହରା ଭିତରେ ଅନେକ ଦୁଖ କାହାଣୀ ଭରି ରହିଛି । ବର୍ଷକ ତଳେ ପ୍ରେମ ବିବାହ କରିଛନ୍ତି ପ୍ରିୟଙ୍କା । ଉଭୟଙ୍କ ଜାତି ଅଲଗା ଥିବାରୁ ଏହି ବିବାହକୁ ଏଯାଏ ସମର୍ଥନ ମିଳିନାହିଁ । ବିବାହକୁ ବିରୋଧ କରି ଉଭୟଙ୍କ ଉପରେ ପ୍ରିୟଙ୍କାଙ୍କ ଶ୍ବଶୁର ଘର ଲୋକେ ଆକ୍ରମଣ କରିଥିବା ପ୍ରିୟଙ୍କା କହିଛନ୍ତି । କିନ୍ତୁ ଅତୀତକୁ ଭୁଲି ଚାକିରୀ କରିବାକୁ ଚିନ୍ତା କଲେ ପ୍ରିୟଙ୍କା । ଏହି ବ୍ୟସ୍ତବହୁଳ ସହରରେ ଭଲ ଲୋକଙ୍କର ସଂଖ୍ୟା କମ ବୋଲି ପ୍ରିୟଙ୍କା କହନ୍ତି । ଚାକିରୀ ସନ୍ଧାନରେ ବୁଲିଲା ବେଳେ କିଛି କାର୍ଯ୍ୟାଳରେ ଅନେକ ବାର ସଂସ୍ଥା ମୁଖ୍ୟଙ୍କ ଖରାପ ନଜରର ଶିକାର ହୋଇଛନ୍ତି । ତଥାପି ପଛକୁ ନଫେରି ଏହି ଚାକିରୀ ପାଇଛନ୍ତି ପ୍ରିୟଙ୍କା । ସ୍ୱାମୀ ବି ଡେଲିଭରି ବୟ ଭାବେ କାର୍ଯ୍ୟରତ । ଏଥିରେ ଯାହା ମିଳୁଛି ସେତକରେ କଟୁଛି ତାଙ୍କ ଜୀବନ ।

ମୁକ୍ତ ବିହଙ୍ଗ ହୋଇ ଉଡିବାକୁ ସେ ସ୍ୱପ୍ନ ଦେଖିଛି । ସଫଳ ମହିଳା ବ୍ୟବସୟୀ ହୋଇ ନା କମାଇବାକୁ ଆଶା ରଖିଛନ୍ତି ପ୍ରିୟଙ୍କା । ଏହି ସ୍ୱପ୍ନ କେବେ ପୂରଣ ହେବ ତାହା ତ ଜଣାନାହିଁ । କିନ୍ତୁ ପ୍ରିୟଙ୍କାଙ୍କ ଏହି ଜୋଶ୍‌ ଦେଖି ଅନେକ ଯୁବତୀ ଓ ମହିଳା ଆଗକୁ ବଢିବା ପାଇଁ ସାହାସ ଜୁଟାଇପାରିବେ । ')}

Leave a Reply