ସମୂହ ଗାନ ପାଇଁ ଅଟକି ଯିବ ଟ୍ରାଫିକ୍: ସାମିଲ ହେବାକୁ ଅନୁରୋଧ କଲେ ଡିସିପି

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିଭଳି କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ଏନେଇ ପ୍ରସ୍ତୁତି ହୋଇଛି । ସମୂହ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଆରମ୍ଭର ୫ ମିନିଟ ପୂର୍ବରୁ ଟ୍ରାଫିକ୍ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ମଧ୍ୟ ସଙ୍ଗୀତ ଗାନ କାର୍ଯ୍ୟକ୍ରମରେ ସାମିଲ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ହୋଇଛି । ରାସ୍ତାରେ ଯା-ଆସ କରୁଥିବା ଲୋକେ ସଠିକ୍ ସ୍ଥାନରେ ଗାଡ଼ି ରଖି ସମୂହ ସଙ୍ଗୀତ ଗାନ ନେଇ ପ୍ରସ୍ତୁତ ରହିବେ ।

ଏବଂ ଜରୁରୀକଳୀନ ସେବାରେ ଥିବା ଗାଡ଼ି ଯାଆ ଆସ କରିବା ପାଇଁ ରାସ୍ତାର ବାମ ପାର୍ଶରେ ଜାଗା ଛାଡ଼ିବା ପାଇଁ ଟ୍ୱିଟ୍ ଯୋଗେ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ସୂଚିତ କରାଯାଇଛି । ଏଥିସହିତ ସମସ୍ତଙ୍କୁ ଯାତାୟାତ ସମୟରେ ଗାଡ଼ି ରଖି ସମୂହ ଗାନରେ ସାମିଲ ହେବା ପାଇଁ ଭୁବନେଶ୍ୱର ଡିସିପି ପକ୍ଷରୁ ଅନୁରୋଧ କରାଯାଇଛି । ରାଜଧାନୀର କଳିଙ୍ଗ ଷ୍ଟାଡିୟମ୍‌ରେ ମଧ୍ୟ ସମୂହ ଗାନ ନେଇ ବ୍ୟାପକ ଆୟୋଜନ ହୋଇଛି । ଏହି ସବୁ ସମୟରେ ସାମାଜିକ ଦୂରତ୍ୱ ପାଳନ ସହ ସଙ୍ଗୀତ ଗାନ ପାଇଁ ପରାମର୍ଶ ଦିଆଯାଇଛି ।

https://www.facebook.com/NandighoshaTV/videos/287827765925129/

Leave a Reply