ଡ୍ରଗ୍ସ ମାମଲାରେ ଜାମିନ ମିଳିବା ପରେ ଭାରତୀଙ୍କ ପ୍ରଥମ ପୋଷ୍ଟ

ମୁମ୍ବାଇ: କମେଡିଆନ୍ ଭାରତୀ ସିଂହଙ୍କୁ ଡ୍ରଗ୍ସ ମାମଲାରେ ଜାମିନ ମିଳିବା ପରେ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ଭାରତୀ ଭଗବାନ ଗଣେଶଙ୍କର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଆଉ ବ୍ୟାକଗ୍ରାଉଣ୍ଡରେ ଗଣେଶଙ୍କର ଆଳତି ହେଉଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇରେ ଭାରତୀଙ୍କ ଘରେ ଚଢ଼ାଉ କରିଥିଲା । ରେଡ ସମୟରେ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଥିଲା । ଯେତେବେ ଗଞ୍ଜେଇ ଜବତ ହୋଇଥିଲା ସେତେବେଳେ ଡ୍ରଗ୍ସକୁ ନେଇ ଏନ୍‌ସିବି ସ୍ପଷ୍ଟ ହୋଇଥିଲା । ଏହାପରେ ପଚରାଉଚରା ବେଳେ ଭାରତୀ ସିଂ ସ୍ୱୀକାର କରିଥିଲେ ସେ ଡ୍ରଗସ ନିଅନ୍ତି ବୋଲି ।

Comedian Bharti Singh Arrested After Confession Of Keeping Marijuana

ଭାରତୀ ସିଂଙ୍କୁ ତାଙ୍କ ଘରେ ପ୍ରାୟ ୬ ଘଣ୍ଟା ପଚରାଉଚରା ପରେ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ରବିବାର ଦିନ ଭାରତୀ ସିଂ ଏବଂ ହର୍ଷ ଲିମ୍ବଚିଆଙ୍କୁ ପ୍ରଥମେ ମେଡିକାଲ ଏବଂ କରୋନା ପରୀକ୍ଷା ପାଇଁ ନିଆଯାଇଥିଲା ଏବଂ ସକାଳ ୧୧.୩୦ରେ ଭାରତୀ ଏବଂ ହର୍ଷଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଦୁଇଜଣ ଡ୍ରଗ୍ ବେପାରୀଙ୍କ ସହ କୋର୍ଟରେ ହାଜର ହୋଇଥିଲେ । ଏନସିବି ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ କୋର୍ଟରୁ ରିମାଣ୍ଡରେ ନେବାକୁ ଚାହିଁଥିଲେ ମଧ୍ୟ ସଫଳ ହୋଇପାରିନଥିଲା କୋର୍ଟ । ଏହା ପରେ କୋର୍ଟ ଉଭୟଙ୍କୁ ନ୍ୟାୟିକ ହେପାଜତରେ ଜେଲ ପଠାଇଥିବାବେଳେ ଏନସିବି ଦୁଇଜଣ ପେଡଲରଙ୍କୁ ରିମାଣ୍ଡରେ ନେଇଥିଲା ।

କୋର୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ଡିସେମ୍ବର ୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଭାରତୀ ସିଂଙ୍କୁ କଲ୍ୟାଣ ଜେଲରେ ଏବଂ ଟଲୋଜା ଜେଲରେ ହର୍ଷଙ୍କୁ ରଖାଯାଇଥିଲା । ଏହା ପରେ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ କିଲା କୋର୍ଟରେ ଜାମିନ ଆବେଦନ କରିଥିଲେ। ଆଜି ଶୁଣାଣି ସମୟରେ କୋର୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କୁ ଜାମିନ ପ୍ରଦାନ କରିଥିଲେ ।

Leave a Reply