ନାବାଳକଙ୍କୁ ହତ୍ୟା ନେଇ ପୋଡ଼ାଜଳା, ୨ ଗିରଫ

Bharatpur Minor Boy Death Case Cops Arrested TWO

ଭୁବନେଶ୍ୱର: ନିଶା ମୋହରେ ମାୟା ଯୁବପିଢ଼ି । ନିଶା ଯୋଗୁଁ ରାଜଧାନୀରେ ବଢ଼ୁଛି ଅପରାଧ । ଆଉ ଗତ ୨ ତାରିଖରେ ୧୪ ବର୍ଷର ବାଳକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଭରତପୁର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ଆଜି ମୃତ୍ୟୁ ହୋଇଥିବା ବେଳେ ଘରୋଇ ହସ୍ପିଟାଲ ଆଗରେ ନ୍ୟାୟ ଦାବି କରି ଧାରଣାରେ ବସିଛନ୍ତି ପରିବାର । ଅନ୍ୟପଟେ ୨ ଅଭିଯୁକ୍ତଙ୍କୁ ଗିରଫ ପରେ ପଚରାଉଚରା କରାଯାଉଥିବା ଖଣ୍ଡଗିରି ପୋଲିସ ସୂଚନା ଦେଇଛି ।

Bharatpur Minor Boy Death Case Cops Arrested TWO

ସୂଚନା ଅନୁସାରେ ଗତ ୨ ତାରିଖରେ ଭରତପୁର ଅଞ୍ଚଳର କିଛି ଯୁବକ ୧୪ ବର୍ଷର ଅଶ୍ୱିନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ନାବାଳକ ଜଣଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ନ୍ୟାୟ ଆଶାରେ ପରିବାର ଲୋକ ହସ୍ପିଟାଲ ଆଗରେ ବସିଛନ୍ତି ।

ଘଟଣାକୁ ଭରତପୁର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ପାଖାପାଖି ୫୦ ଜଣ ଲୋକ ଦୋକାନ ଓ ଘର ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି । ପୂର୍ବ ବଚସାକୁ ନେଇ ଏହି ମରଣାନ୍ତକ ଆକ୍ରମଣ ଓ ପୋଡ଼ାଜଳା ହୋଇଥିବା କୁହାଯାଉଛି । ଖଣ୍ଡଗିରି ପୋଲିସ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ତେବେ, ଏସବୁ ଅପରାଧ ପଛରେ ନିଶା ମୁଖ୍ୟ କାରଣ ଥିବା ଚର୍ଚ୍ଚା ହେଉଛି ।

Leave a Reply