ଭାରତ ପ୍ରସ୍ତୁତ କରୁଛି ନାଜାଲ ସ୍ପ୍ରେ ଟିକା, ଦୁଇଟି ନୁହେଁ ଗୋଟିଏ ଡୋଜ୍‌ କାଫି

1 min read
Nasal Spray

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତ କରିବା ଦିଗରେ ଭାରତକୁ ଆଉ ଖୁବ୍‌ଶୀଘ୍ର ଆଉ ଏକ ଖୁସି ଖବର ମିଳିପାରେ । ଭାରତ ବାୟୋଟେକ୍ ଖୁବ୍ ଶୀଘ୍ର ଦେଶରେ ନାଜାଲ୍ ଭ୍ୟାକ୍ସିନ୍‌ର ଟ୍ରାଏଲ ଆରମ୍ଭ କରିବାକୁ ଯାଉଛି । ଏହି ଟୀକାକରଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନାଗପୁରରେ ପରୀକ୍ଷା କରାଯିବ । ନାକ ମାଧ୍ୟମରେ ଏହି ନାଜାଲ ଭ୍ୟାକ୍ସିନ୍‌କୁ ଦିଆଯାଥାଏ । କିନ୍ତୁ ଭାରତରେ ପୂର୍ବରୁ ଅନୁମୋଦିତ ଦୁଇଟି ଟିକା (କୋଭିଶିଲ୍ଡ, କୋଭାକ୍ସାଇନ୍) ହାତରେ ଇଞ୍ଜେକ୍ସନ ଦ୍ୱାରା ଦିଆଯାଇଥାଏ ।

ଭରତ ବାୟୋଟେକର ଡକ୍ଟର କୃଷ୍ଣ ଇଲାଙ୍କ ଅନୁଯାୟୀ, ତାଙ୍କ କମ୍ପାନୀ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ସହିତ ମିଶି ଏହି କାମ କରୁଛି । ଏହି ନାଜାଲ୍ ଭ୍ୟାକ୍ସିନ୍ର‌, ଦୁଇଟି ବଦଳରେ କେବଳ ଗୋଟିଏ ଡୋଜ୍‌ ଆବଶ୍ୟକ । ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଏକ ବହୁତ ଭଲ ବିକଳ୍ପ ।

ଡକ୍ଟର ଚନ୍ଦ୍ରଶେଖରଙ୍କ ଅନୁଯାୟୀ, ନାଜାଲ କୋଭାକ୍ସିନର ଟ୍ରାଏଲ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ । ଏଥିପାଇଁ ଆମ ପାଖରେ ଆବଶ୍ୟକୀୟ ପ୍ରମାଣ ରହିଛି ଯେ, ଇଞ୍ଜେକ୍‌ସନ ଦ୍ୱାରା ଦିଆଯାଉଥିବା ଟିକା ଅପେକ୍ଷା ନାଜାଲ୍ ଟିକା ଅଧିକ ପ୍ରଭାବଶାଳି । ଏହି ପରୀକ୍ଷା ପାଇଁ ଖୁବ୍‌ଶୀଘ୍ର ଭାରତ ବାୟୋଟେକ୍ DCGIକୁ ପ୍ରସ୍ତାବ ଦେବ ।

ସୂଚନାନୁସାରେ, ଭୁବନେଶ୍ୱର-ପୁଣେ-ନାଗପୁର-ହାଇଦ୍ରାବାଦରେ ଏହି ଟିକାର ଟ୍ରାଏଲ କରାଯିବ । ଯେଉଁଠାରେ ୧୮ ରୁ ୬୫ ବର୍ଷ ମଧ୍ୟରେ ୪୦-୪୫ ଜଣ ସ୍ୱେଚ୍ଛାସେବୀ ଚୟନ କରାଯିବ । ସବୁଠାରୁ ବଡ଼ କଥା ହେଉଛି, ଭରତ ବାୟୋଟେକ୍ ଦୁଇଟି ଇଣ୍ଟ୍ରା-ନାଜାଲ୍ ଟିକା ଉପରେ ଏବେ କାମ କରୁଛି । ଉଭୟ ଟିକା ଆମେରିକାର ।

Leave a Reply