ଅଗଷ୍ଟ ୧୫ରେ ଲଞ୍ଚ୍ ହୋଇପାରେ କରୋନା ଭ୍ୟାକ୍ସିନ୍ COVAXIN

1 min read
Bharat Biotech Covaxin Adjuvant Alhydroxiquim For Better Immune Response

ନୂଆଦିଲ୍ଲୀ: କରୋନା କାଳରେ ଖୁସି ଖବର । ଅଗଷ୍ଟ ୧୫ରେ ଆସିପାରେ କରୋନା ଭ୍ୟାକ୍ସିନ୍ କୋଭିକ୍ସିନ୍ । ଫାର୍ମସ୍ୟୁଟିକଲ କମ୍ପାନୀ ଭାରତ ବାୟୋଟେକ୍ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରୁଛି । ବର୍ତ୍ତମାନ ମଣିଷ ଉପରେ ଭ୍ୟାକ୍ସିନର ଟ୍ରାଏଲକୁ ଏନୁମତି ମିଳିଛି । ଆଇସିଏମଆର ସୂଚନା ପ୍ରକାରେ ଆସନ୍ତା ୭ ତାରିଖରେ ମଣିଷ ଦେହରେ ଭ୍ୟାକ୍ସିନ୍ ପରୀକ୍ଷା ନେଇ କାର୍ଯ୍ୟ ଚାଲିଛି ।

ଏହା ପରେ ଯଦି ସମସ୍ତ ପରୀକ୍ଷଣ ଠିକ୍ ହୁଏ ତେବେ ଅଗଷ୍ଟ ୧୫ ମଧ୍ୟରେ ଭ୍ୟାକ୍ସିନକୁ ଲଞ୍ଚ କରାଯିବ । ସର୍ବ ପ୍ରଥମେ ଭାରତ ବାୟୋଟିକର କରୋନା ଭ୍ୟାକ୍ସିନ୍ ମାର୍କେଟକୁ ଆସିପାରେ । ICMR ଓ ଏମ୍ସ ଡକ୍ଟର ଏଥିରେ ସାମିଲ ଅଛନ୍ତି । ଯଦି ଭ୍ୟାକ୍ସିନ୍ ପରୀକ୍ଷଣର ପ୍ରତିଟି ପର୍ଯ୍ୟାୟ ସଫଳ ରୁହେ ତେବେ ୧୫ ଅଗଷ୍ଟରେ ମାର୍କେଟରେ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ପୂର୍ବରୁ ହାଇଦ୍ରାବାଦ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଅନେକ ଭ୍ୟାକ୍ସିନ୍ ମଧ୍ୟ ପ୍ରସ୍ତୁତ କରିଛି ।

କରୋନା

ଭାରତ ବାୟୋଟେକ୍ କମ୍ପାନୀ ପୋଲିଓ, ରେବିଜ୍, ରୋଟାଭାଇରସ୍, ଜାପାନୀ ଇନସେଫ୍ଲାଇଟିସ୍, ଚିକନଗୁନିଆ ଓ ଜିକା ଭାଇରସର ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି । ଏବେ କରୋନା ଭାଇରସ୍ ଭ୍ୟାକ୍ସିନ୍ ପାଇଁ ଏନରୋଲମେଣ୍ଟ ଆସନ୍ତା ୭ ତାରିଖରୁ ଆରମ୍ଭ ହେବ । ସମସ୍ତ ପର୍ଯ୍ୟାୟରେ ଟ୍ରାଏଲ ସଫଳ ହେଲେ ଅଗଷ୍ଟ ୧୫ରେ ଭ୍ୟାକ୍ସିନ୍ ଲଞ୍ଚ ହୋଇପାରେ ।

Leave a Reply