ହେଲମେଟ ନପିନ୍ଧି କରୁଥିଲେ ବାଇକ୍ ରାଲି, ଏବେ କଟିବ ଚାଲାଣ

1 min read
Bharat Bandh Rally, Police To Issue Challan Those Riding Bike With Out Helmet In Twin City

ଭୁବନେଶ୍ୱର: ଦୈତ୍ୟ ନଗରୀରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି । କଟକ-ଭୁବନେଶ୍ୱରରେ ଭାରତ ବନ୍ଦ ବେଳେ କୌଣସି ଗଣ୍ଡଗୋଳ ହୋଇନାହିଁ । ବିଭିନ୍ନ ସ୍ଥାନରେ ରାସ୍ତାରୋକ, ପିକେଟିଂ ବେଳେ ୧୦୦ ଜଣଙ୍କୁ କମିଶନରେଟ୍ ପୋଲିସ ଅଟକ ରଖିଥିବା ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଭାରତ ବନ୍ଦ ଡାକରାକୁ ନେଇ ପୂର୍ବରୁ କମିଶନରେଟ୍ ପୋଲିସ ପ୍ରସ୍ତୁତ ଥିଲା ।

Bharat Bandh Rally, Police To Issue Challan Those Riding Bike With Out Helmet In Twin City

ଆଜି ଭାରତ ବନ୍ଦକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ପ୍ରାକ୍ ସୂଚନା ଅନୁସାରେ ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ବନ୍ଦ ବେଳେ କେତେକ ବିନା ହେଲମେଟ ରାଲି କରୁଥିଲେ । ପୋଲିସ ସିସିଟିଭିରୁ ସେମାନଙ୍କ ବାଇକ୍ ନମ୍ବର ସଂଗ୍ରହ କରିଛି । ସେମାନଙ୍କ ବିରୋଧରେ ଚାଲାଣ କଟାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

Bharat Bandh Rally, Police To Issue Challan Those Riding Bike With Out Helmet In Twin City

ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା । କଂଗ୍ରେସ ପକ୍ଷରୁ ରାସ୍ତାରୋକ ସହ ବାଇକ ରାଲି ହୋଇଥିଲା । ବନ୍ଦ ବେଳେ ଏଜି ଛକରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ମାଷ୍ଟର କ୍ୟାଣ୍ଟିନ୍‌ରେ ବାମଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ମାଷ୍ଟରକ୍ୟାଣ୍ଟିନ୍, ଜୟଦେବ ବିହାର, ପଳାଶୁଣୀ, ସତସଙ୍ଗ ବିହାର, ଖଣ୍ଡିଗିରିରେ ବନ୍ଦର ପ୍ରଭାବ ଦେଖାଯାଇଥିଲା ।

Leave a Reply