ଦେଶର ବିଭିନ୍ନ ସ୍ଥାନରେ ‘ଭାରତ ବନ୍ଦ’ର ପ୍ରଭାବ; ମହାରାଷ୍ଟ୍ରରେ ରେଳରୋକ, ଓଡ଼ିଶା-ଆନ୍ଧ୍ରରେ ବିକ୍ଷୋଭ ପ୍ରଦର୍ଶନ

1 min read

ମୁମ୍ବାଇ: କେନ୍ଦ୍ର ଆଣିଥିବା କୃଷି ଆଇନ ବିରୋଧରେ ଦେଶବ୍ୟାପୀ କୃଷକମାନେ ‘ଭାରତ ବନ୍ଦ’ କରୁଛନ୍ତି । ଯାହା ଫଳରେ ଆଜି ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକ୍କା ଜାମ କରାଯାଉଛି ।

ଏହି ବନ୍ଦକୁ ଅନେକ ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ, ବହୁ ସଙ୍ଗଠନ ମଧ୍ୟ ଚାଷୀଙ୍କ ସପକ୍ଷରେ ବାହାରୁଛନ୍ତି । ଭାରତ ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହେଉଛି । ଆସନ୍ତୁ ଜାଣିବା କେଉଁ ସ୍ଥାନରେ ବନ୍ଦର କ’ଣ  ପ୍ରଭାବ ପଡିଛି ।

ମହାରାଷ୍ଟ୍ରରେ ବିକ୍ଷୋଭକାରୀ ମାନେ ରେଳ ରୋକ କରିବା ସହ ଧାରଣାରେ ବସିଛନ୍ତିି । କୃଷକ ମାନଙ୍କ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଲକ୍ଷ୍ନୗେରେ ୧୪୪ ଧାରା ଲାଗୁ କରାଯାଇଛି । ସେହିପରି ଦିଲ୍ଲୀର ଗୗେତମ ନଗରରେ ମଧ୍ୟ ଧାରା ୧୪୪ ଜାରି ରହିଛି ।

ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡାରେ ମଧ୍ୟ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଏହି ବନ୍ଦକୁ ପାଖାପାଖି ୨୪ରୁ ଅଧିକ ରାଜନୖେତିକ ଦଳ ସମର୍ଥନ କରୁଥିବା ସୂଚନା ମିଳିଛି ।

ଭାରତ ବନ୍ଦର ପ୍ରଭାବ ଓଡିଶାରେ ବି ପଡିଛି- 

୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ, ଚରମ୍ପା, ଧାମନଗର ଛକ ଓ ଭଣ୍ଡାରୀପୋଖରୀ ଠାରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି ।  କୃଷକ ସଙ୍ଗଠନଙ୍କ ପକ୍ଷରୁ ଦିଆଯାଇଥିବା  ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି । ବରଗଡ ଜିଲ୍ଲାର ୧୨ଗୋଟି ବ୍ଲକରେ ସକାଳ ୬ଟାରୁ  ବନ୍ଦର ପ୍ରଭାବ ଆରମ୍ଭ ହୋଇଯାଇଥିବା ବେଳେ  ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି ।

ସେହିପରି ଓଡିଶାର ସମସ୍ତ ସରକାରୀ ଅଫିସ୍ ଗୁଡିକ ବନ୍ଦ ରହିଥିବା ବେଳେ ସୋନପୁର, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ ଆଦି ରାସ୍ତାକୁ ସଂମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି  । ଫଳରେ ରାସ୍ତା ଉପରେ ଶହ ଶହ ଗାଡି ଅଟକି ରହିଛି । ଏହାବ୍ୟତୀତ ରାଉରକେଲାରେ ମଧ୍ୟ ବନ୍ଦର ପ୍ରଭାବ ରହିଛି ।

Leave a Reply