ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ୧୫୦ତମ ଜୟନ୍ତୀ, ଟ୍ୱିଟ୍ କରି ତାଙ୍କ ଅବଦାନକୁ ବଖାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ।  ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  । ଟ୍ୱିଟ୍ କରି ତାଙ୍କ ଅବଦାନକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ରାଜ୍ୟର ପ୍ରଗତିକୁ ନୂଆ ଦିଗ ଦେଇଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ଭାଷା, ସାହିତ୍ୟ ଓ ସ୍ୱାସ୍ଥ୍ୟର ପ୍ରସାର କ୍ଷେତ୍ରରେ ଅବଦାନ ଅତୁଳନୀୟ । ପ୍ରାଶାସନିକ ସେବା ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି ।

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଯୋଗଜନ୍ମା ପୁରୁଷ। ଅସାଧାରଣ ପ୍ରତିଭା ଓ ସାଧୁ ଉଦ୍ୟମ ବଳରେ ସେ ସମଗ୍ର ଓଡ଼ିଶାର ରାଜନୀତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଭଗୀରଥ ପାଲଟି ଯାଇଥିଲେ। ସେତେବେଳେ ତାଙ୍କୁ ଲକ୍ଷ୍ୟ କରି ପ୍ରଖ୍ୟାତ କବି ଚିନ୍ତାମଣି ମହାନ୍ତି ଲେଖିଥିଲେ
–‘ଉତ୍କଳ ତାହାକୁ କରିଛି ଭରସା, ଫେରାଇବ ସେ ତାହାର ଦୁର୍ଦ୍ଦଶା।’

ପାଞ୍ଚ ବର୍ଷ ବୟସରେ ଅବଧାନଙ୍କ ପାଖରେ ତାଙ୍କର ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା। ଦୁଇ ବର୍ଷରେ ଚାହାଳି ପାଠ ଶେଷ କଲେ। ଘରେ ଆଉ ଜଣେ ଶିକ୍ଷକ ତାଙ୍କୁ ଓଡ଼ିଆ ଓ ଇଂରାଜୀ ପଢ଼ାଉଥିଲେ। ସେ ଏହାପରେ ବାରିପଦା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ। ମାତ୍ର ୩୪ ବର୍ଷ ବୟସରେ ୧୮୮୭ ମେ ମାସ ୨୯ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କର ଦେହାନ୍ତ ହେଲା। ପରେ ତାଙ୍କର ମହାରାଣୀ ମଧ୍ୟ ମୃତ୍ୟୁବରଣ କଲେ। ଏହି ସମୟରେ ରାମଚନ୍ଦ୍ର ଭଞ୍ଜ ନାବାଳକ ଥିଲେ। ତେଣୁ ମୟୂରଭଞ୍ଜ ରାଜ୍ୟ ସରକାରଙ୍କ ହାତକୁ ଯାଇଥିଲା। କଟକରେ ରାମଚନ୍ଦ୍ର ଭଞ୍ଜ ମୟୂରଭଞ୍ଜ ଭବନରେ ରହି ଅଧ୍ୟୟନ କଲେ। ପଣ୍ଡିତ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କୁ ସରକାର ଶିକ୍ଷକ ଭାବେ ନିଯୁକ୍ତ କରିଥିଲେ। ସେ ରେଭେନ୍ସାରେ ଦୁଇ ବର୍ଷ ଏଫ୍.ଏ. ପଢ଼ିଲେ। ବି.ଏ. ପରୀକ୍ଷାଦେବା ତାଙ୍କର ପ୍ରବଳ ଇଚ୍ଛା ଥିଲା; ମାତ୍ର ସେହି ସମୟରେ ସେ ସାବାଳକ ହେବାରୁ ରାଜ୍ୟ ଶାସନର ଦାୟିତ୍ବ ତାଙ୍କୁ ଦିଆଗଲା। ୧୮୯୨ ଅଗଷ୍ଟ ମାସ ୧୫ ତାରିଖରେ ରାମଚନ୍ଦ୍ର ଭଞ୍ଜଦେଓ ରାଜଗାଦିରେ ବସିଥିଲେ।

Leave a Reply